fbpx

୩ ହଜାର ବର୍ଷ ପୁରୁଣା ଏହି ରାଜ ସିଂହାସନ… ଫିକା ପଡ଼ିନି ରଂଗ, ଏହାର ଡିଜାଇନ୍ ଦେଖି ହୋଇଯିବେ ତାଜ୍ଜୁବ

ଓଡ଼ିଶା ଭାସ୍କର: ପ୍ରାଚୀନ ଇଜିପ୍ଟର ରାଜା ତୁତନଖାମୁନ୍(Tutankhamun) ପ୍ରସିଦ୍ଧ ରାଜାଙ୍କ ମଧ୍ୟରୁ ଅନ୍ୟତମ । ରାଜା ତୁତ୍(Tut) ଭାବରେ ଜଣାଶୁଣା ପ୍ରାଚୀନ ଇଜିପ୍ଟର 1332-1323 BC ପର୍ଯ୍ୟନ୍ତ ଶାସନ ଗାଦି ସମ୍ଭାଳିଥିଲେ । ରାଜା ତୁତନଖାମୁନଙ୍କ ଏକ ରାଜ ସିଂହାସନ ଥିଲା ଯେଉଁଥିରେ ବସି ସେ ତାଙ୍କ ପ୍ରଜାଙ୍କୁ ଆଦେଶ ଦେଉଥିଲେ । ଏହି ସଂହାସନ ପ୍ରାଚୀନ ଇଜିପ୍ଟର ଏକ ମାଷ୍ଟରପିସ୍ ଅଟେ ଯାହାର ରଂଗ ୩ ହଜାର ବର୍ଷ ପର୍ଯ୍ୟନ୍ତ ବି ଫିକା ପଡ଼ିନି । ଏହି ସିଂହାସନର ଭବ୍ୟ ଡିଜାଇନ୍ ଆଜିବି ସମସ୍ତଙ୍କୁ ଚକିତ କରେ । ସୋସିଆଲ ମଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ତୁତନଖାମୁନଙ୍କ ରାଜ ସିଂହାସନର ଫଟୋକୁ @archeohistories ନାମକ ଜଣେ ବ୍ୟବହାରକାରୀ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟର କ୍ୟପସନରେ ସେ ସିଂହାସନ ଜଡ଼ିତ ଅନେକ ତଥ୍ୟ ବିଷୟରେ ସୂଚନା ଦେଇଛନ୍ତି । କାଠରେ ନିର୍ମିତ ଏହି ସଂହାସନରେ ନିକ୍ଷୁଣ କାରୁକାର୍ଯ୍ୟ ସହ ସୁନା ଓ ରୂପାର କୋଟିଂ ଦିଆଯାଇଛି । ଏହା ସହ ମୂଲ୍ୟବାନ ପଥର ଓ ରଂଗୀନ କାଚରେ ସଜା ଯାଇଛି । ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ରାଜ ସିଂହାସନ ଆଜି ବି ସୁନା ଭଳି ଚକଚକ୍ ହେଉଛି । ଆପଣ ଏହି ସିଂହାସନର କାରୁକାର୍ଯ୍ୟ ଦେଖି ପ୍ରଶଂସା ନ କରି ରହିପାରିବେ ନାହିଁ ।

egypt-museum.com ର ରିପୋର୍ଟ ଅନୁଯାୟୀ ପ୍ରାଚୀନ ଇଜିପ୍ଟର ଫର୍ଣ୍ଣିଚର ଭାବେ ସବୁଠାରୁ ମହତ୍ୱପୂର୍ଣ୍ଣ ଏବଂ ସଂରକ୍ଷିତ ଜିନିଷ ମଧ୍ୟରୁ ଅନ୍ୟତମ ବିବେଚିତ କରାଯାଇଛି । ଏହି ସିଂହାସନର ଦୁଇ ପାଶ୍ୱର୍ରେ ସିଂହ ମୁଣ୍ଡ ରହିଛି । ଚୌକିର ହାତରେ ଡ଼େଣା ବିଶିଷ୍ଟ ଉରେଇ ଏବଂ କୋବ୍ରା ସାପର ଡିଜାଇନ୍ ନିର୍ମିତ ହୋଇଛି । ଇଜିପ୍ଟର ଚିତ୍ରଲିପି(Egyptian hieroglyphs)ରେ ସିଂହାସନକୁ ମଦର ଗଡ୍ (Isis)ଭାବେ ଆଖ୍ୟା ଦିଆଯାଇଛି । ଏହାକୁ Ist କୁହାଯାଏ ଯାହାକୁ ସିଂହାସନରେ ଚିତ୍ରିତ କରାଯାଇଛି । ଏହି ସିଂହାସନ ପଛପଟରେ ରାଣୀ ଅଙ୍କେସେନମୁନ୍(Ankhesenmun) ଏବଂ ତାଙ୍କ ସ୍ୱାମୀ ତୁତନଖାମୁନଙ୍କ ସହିତ ଆକୃତି ନିର୍ମିତ ହୋଇଛି । ୧୯୨୨ ମସିହାରେ ବ୍ରିଟିଶ ପତ୍ନତତ୍ତ୍ୱବିତ୍ ହାୱାର୍ଡ଼ କାର୍ଟରଙ୍କ ଦ୍ୱାରା ଏହି ରାଜ ସିଂହାସନ ଆବିଷ୍କୃତ ହୋଇଥିଲା ।

Get real time updates directly on you device, subscribe now.