fbpx

ହାଡ଼ ଧୀରେ-ଧୀରେ ଦୁର୍ବଳ ହେଲେ ମିଳିଥାଏ ଏହି ସଙ୍କେତ, ଅଣଦେଖା କରିବ ପଡିବ ମହଙ୍ଗା

Advertisement

ଆମ ଶରୀରରେ କ୍ୟାଲସିୟମ ଅଭାବ ହେଲେ ହାଡ଼ ଦୁର୍ବଳ ହୋଇଯାଇଥାଏ। କିନ୍ତୁ ଆମେ ନୀତି ଦିନ ଖାଉଥିବା ଖାଦ୍ୟ ଉପରେ ମଧ୍ୟ ନଜର ରଖିବାକୁ ପଡିଥାଏ। ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଖାଦ୍ୟପେୟରେ ଅବହେଳା ଯୋଗୁଁ ସ୍ବାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପଡୁଛି। ବିଭିନ୍ନ ପ୍ରକାର ରୋଗ ସହ ଶରୀରର ବିଭିନ୍ନ ଅଙ୍ଗ ଉପରେ ଏହାର ପ୍ରଭାବ ପଡୁଛି। ଖାଲି ସେତିକି ନୁହେଁ ହାଡ଼ ଧୀରେ-ଧୀରେ ଦୁର୍ବଳ ହେବାକୁ ଲାଗିଥାଏ। ହାଡ଼ ଦୁର୍ବଳ ହେବାର ଏକ ମୁଖ୍ୟ କାରଣ ହେଉଛି କ୍ୟାଲିସୟମ ଅଭାବ।

ଆଜିକାଲି ତ କମ୍ ବୟସର ଲୋକଙ୍କୁ ମଧ୍ୟ ହାଡ଼ଜନିତ ସମସ୍ୟାର ସାମ୍ନା କରିବାକୁ ପଡୁଛି। ହାଡ଼ ଦୁର୍ବଳ ହେବା ଦ୍ବାରା ଆଣ୍ଠୁ ଏବଂ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। ଅନେକ ସମୟରେ ଆଣ୍ଠୁରୁ ଶବ୍ଦ ମଧ୍ୟ ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ସଙ୍କେତ ବିଷୟରେ କହିବାକୁ ଯାଉଛୁ ଯାହାଦ୍ବାର ଆପଣ ଜାଣିପାରିବେ ଆପଣଙ୍କ ହାଡ଼ ଦୁର୍ବଳ ହେଉଛି ବୋଲି।

ଭିଟାମିନ ଡି, କ୍ୟାଲିସୟମ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ସହ କିଛି ଭିଟାମିନ ଏବଂ ମିନେରାଲ ହାଡ଼ର ସ୍ବାସ୍ଥ୍ୟ ପାଇଁ ଜରୁରୀ ହୋଇଥାଏ। ଏହାର ଅଭାବରୁ ମାଂସପେଶୀ, ହାଡ଼ର ଯନ୍ତ୍ରଣା ହୋଇଥାଏ। ଯଦି ଶରୀରରେ ଏହି ଭିଟାମିନ୍ ଏବଂ ମିନେରାଲ୍ସ ଲଗାତାର କମ୍ ହେଉଥାଏ, ତେବେ ଏହାଦ୍ବାରା ହାଡ଼ ଖରାପ ହୋଇଥାଏ।
ହାଡ଼ ଦୁର୍ବଳ ହେବା ଦ୍ବାରା ଦାନ୍ତ ମାଢ଼ି ଦୁର୍ବଳ ହୋଇଥାଏ। ମାଢ଼ି ଦାନ୍ତକୁ ଧରିରଖିଥାଏ ଏବଂ ଗୋଟିଏ ବର୍ଷ ପରେ ଅନ୍ୟ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ। ମାଢ଼ି ଦୁର୍ବଳ ହେବା ଦ୍ଵାରା ଦାନ୍ତ ଖରାପ ମଧ୍ୟ ହୋଇପାରେ।

ଯଦି ଆପଣ ବ୍ୟାୟାମ କରୁନାହାଁନ୍ତି ତେବେ ହାଡ଼ରେ ଥିବା ମାଂସ କମ୍ ହୋଇପାରେ। ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଓଜନ କମ୍ କରୁଥିବା ବ୍ୟାୟାମ ଦ୍ବାରା ହାଡ଼କୁ କମ୍ କ୍ଷତି ପହଞ୍ଚିଥାଏ। ଏଥିସହ କ୍ୟାଲସିୟମ ଏବଂ ହାଡ଼ ତିଆରି କରୁଥିବା କୋଷିକା ଦ୍ବାରା ମଜବୁତ ହାଡ଼ ହୋଇଥାଏ।

ଯଦି ଆପଣଙ୍କ ନଖ ବାରମ୍ବାର ନଷ୍ଟ ହେଉଛି ତେବେ ହୋଇପାରେ ଆପଣଙ୍କ ଶରୀରରେ କ୍ୟାଲସିୟମ ଏବ କୋଲେଜନର ମାତ୍ରା ହ୍ରାସ ହୋଇପାରେ। ଏହି ଦୁଇ ପୋଷକ ତତ୍ତ୍ବ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ।

ହାଡ଼ ଫ୍ରାକ୍ଚର ହେବା କାରଣରୁ ଶରୀର ଆଗକୁ ନଇଁ ଯାଉଥିବା ପରି ଲାଗିଥାଏ। ଏହା ଦୁର୍ବଳ ହାଡ଼ର ଏକ ପ୍ରାରମ୍ଭିକ ଲକ୍ଷଣ। ଅଧିକ ଓଜନ ନଥାଇ ଯଦି ଆପଣଙ୍କ ମେରୁ ହାଡ଼ ନଇଁ ରହୁଛି କିମ୍ବା ଖରାପ ଭାବରେ ବସିବା ଦ୍ବାରା ମେରୁ ହାଡ଼ ଆଖପାଖରେ ମାଂସପେଶୀ ଦୁର୍ବଳ ହେବାକୁ ଲାଗିଥାଏ। ତାହା ସମ୍ଭବତଃ ଆପଣଙ୍କ ହାଡ଼ ଦୁର୍ବଳ ହେବାର ପ୍ରାରମ୍ଭିକ ଲକ୍ଷଣ।

Get real time updates directly on you device, subscribe now.