fbpx

ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତିଙ୍କୁ ମିଳିବନି ନାଜାଲ୍ ଭ୍ୟାକ୍ସିନ; ଜାଣନ୍ତୁ ଏପରି କାହିଁକି ହେଲା

Advertisement

ନୂଆଦିଲ୍ଲୀ: ଗତ ସପ୍ତାହରେ ଭାରତରେ “ଭାରତ ବାୟୋଟେକ୍’ର ନାଜାଲ୍ ଟିକା ମଞ୍ଜୁର କରାଯାଇଥିଲା । ଏଥି ସହିତ ମଙ୍ଗଳବାର ଦିନ କମ୍ପାନୀ ଏହାର ମୂଲ୍ୟ ବିଷୟରେ ମଧ୍ୟ ସୂଚନା ଦେଇଥିଲା । ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ସାମ୍ନାକୁ ଆସିଛି । ଯେଉଁମାନେ ବୁଷ୍ଟର ଡୋଜ ନେଇଛନ୍ତି ସେମାନଙ୍କୁ ନାଜାଲ୍ ଟିକା ଦିଆଯିବ ନାହିଁ । ଦେଶର ଟିକା ଟାସ୍କଫୋର୍ସର ମୁଖ୍ୟ ଏହି ସୂଚନା ଦେଇଛନ୍ତି ।

ଭ୍ୟାକ୍ସିନ୍ ଟାସ୍କ ଫୋର୍ସର ମୁଖ୍ୟ ଡାକ୍ତର ଏନ.କେ ଆରୋରା କହିଛନ୍ତି, ନାଜାଲ୍ ଟିକା ପ୍ରଥମେ ବୁଷ୍ଟର୍ ଭାବରେ ଦିଆଯିବା ଉଚିତ । ତେବେ ଯଦି କୌଣସି ବ୍ୟକ୍ତି ବୁଷ୍ଟର ଡୋଜ୍ ନେଇ ସାରିଛନ୍ତି, ତେବେ ଏହି ନାଜାଲ୍ ଟୀକା ନେଇ ପାରିବେ ନାହିଁ । ଏହି ନାଜାଲ୍ ଟୀକା ସେହି ମାନଙ୍କ ପାଇଁ ଯେଉଁମାନେ ବୁଷ୍ଟର ଡୋଜ୍ ନେଇ ନାହାନ୍ତି ।

ଡାକ୍ତର ଆରୋରା କହିଛନ୍ତି, ” ନାଜାଲ୍ ଭ୍ୟାକ୍ସିନ ନାକ ଏବଂ ପାଟିରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ ଯେଉଁଠାରେ ପ୍ରତିରକ୍ଷା ପ୍ରଣାଳୀର ବାଧା ସୃଷ୍ଟି ହୋଇଥାଏ । ଯାହା ଦ୍ୱାରା ଜୀବାଣୁ ଏତେ ସହଜରେ ପ୍ରବେଶ କରିପାରନ୍ତି ନାହିଁ । ଏହା କେବଳ କୋଭିଡ୍ ନୁହେଁ, ବରଂ ସମସ୍ତ ଶ୍ୱାସକ୍ରିୟା ସଂକ୍ରମଣ ପାଇଁ ଏହା ଏକ ପ୍ଲାଟଫର୍ମ ଯାହା ସଂକ୍ରମଣ ଠାରୁ ମୁକାବିଲା କରିବାରେ ଅତ୍ୟନ୍ତ ଉପଯୋଗୀ ହେବ ।

୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ନାଜାଲ୍ ଟିକା ନେଇପାରିବେ । ଏହା ବହୁତ ସରଳ ଯେପରିକି ପ୍ରତ୍ୟେକ ନାକରେ ଚାରୋଟି ଡ୍ରପ୍, ସମୁଦାୟ ୦.୫ ମି.ମି. ପକାଇବାକୁ ପଡ଼ିବ । ଅନ୍ୟ ଟିକା ପରି ଏହି ଟିକା ପାଇଁ ଆମକୁ ୧୫ ରୁ ୩୦ ମିନିଟ୍ ଅପେକ୍ଷା କରିବାକୁ ପଡିବ । ଯଦି କିଛି ପ୍ରତିକ୍ରିୟା ହୁଏ ତେବେ ଏହାକୁ ତୁରନ୍ତ ଠିକ୍ କରାଯାଇ ପାରିବ ।

ନାଜାଲ୍ ଟିକା ନେବା ପରେ ଲୋକ ବୁଷ୍ଟର୍ ଡୋଜ ନେଇପାରିବେ କି ବୋଲି ପଚରାଯିବାରୁ ଡାକ୍ତର ଆରୋରା କହିଛନ୍ତି, “ଏହି ସମୟରେ ବୈଜ୍ଞାନିକ ଉତ୍ତର ଦେଇଛନ୍ତିି ଯେ ଅଧିକ ଟିକା ନେବା ଆବଶ୍ୟକ ହେବାର କୌଣସି ପ୍ରମାଣ ନାହିଁ । ଏପରିକି ଯେଉଁ ଦେଶରେ ଲୋକମାନେ ତିନୋଟି ଟିକା ନେଇଛନ୍ତି ସେମାନେ ମଧ୍ୟ ସଂକ୍ରମଣ ହୋଇଛନ୍ତି ।

Get real time updates directly on you device, subscribe now.