fbpx

ଜୀବନରେ ଆର୍ଥିକ ସଂକଟ ଦେଖାଯାଉଛି କି ? ଗୁରୁବାର କରନ୍ତୁ ଏହି ଉପାୟ…ଗୁରୁ ଦେବଙ୍କ କୃପା ଲାଭ ହେବ

ସୁଖମୟ ଜୀବନ ଜୀଇଁବା ପାଇଁ ସମସ୍ତେ କଳ୍ପନା କରିଥାନ୍ତି । କିନ୍ତୁ ଅନେକ ସମୟରେ କିଛି ଲେକମାନେ ଦିନ ରାତି ସଂଘର୍ଷ କରିବା ପରେ ମଧ୍ୟ କାର୍ଯ୍ୟରେ ଅସଫଳ ହୋଇଥାନ୍ତି ଏବଂ ସେମାନଙ୍କୁ ଆର୍ଥିକ ସଂକଟ ଦେଇ ଗତି କରିବାକୁ ପଡ଼ିଥାଏ । ଏହାର ମୁଖ୍ୟ କାରଣ ହେଲା ରାଶିରେ ‘ଗୁରୁ’ ଦୁର୍ବଳ ହେବା । ଫଳରେ ମନୁଷ୍ୟ ଜୀବନରେ ସୁଖ ସୌଭାଗ୍ୟ ହ୍ରାସ ପାଇଥାଏ । ସେଥିପାଇଁ ବ୍ୟକ୍ତି ଯେତେ ଅର୍ଥ ରୋଜଗାର କରିଲେ ମଧ୍ୟ ପାଖରେ ପଇସା ରହିନଥାଏ । ରାଶିରେ ଗୁରୁ ଗ୍ରହର ସ୍ଥିତକୁ ମଜବୁତ କରିବା ଏବଂ ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ଆପଣାଇବା ଫଳଦାୟୀ ହୋଇଥାଏ । ଏହା ଦ୍ୱାରା ବ୍ୟକ୍ତିର ଜୀବନରେ ଗୁରୁ ଗ୍ରହର କୃପା ରହିବା ସହ ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ସଫଳତା ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗୁରୁବାର କେଉଁ ସବୁ ଉପାୟ ଦ୍ୱାରା ଗୁରୁ ଦେବଙ୍କ କୃପା ଲାଭ ହୋଇପାରିବ :

– ଘରେ ପୂଜାର୍ଚ୍ଚନା ପରେ ହଳଦୀର ଟିକା ଲଗାଇବା: ଚାକିରି ଏବଂ ବ୍ୟାପାରରେ ସଫଳତା ମିଳୁନି । ଚିନ୍ତା କରନ୍ତୁ ନାହିଁ । ଗୁରୁବାର ଦିନ ହଳଦିଆ ବସ୍ତ୍ର ପରିଧାନ କରି ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ । ଏହା ସହ ପୂଜା ଘରେ ହଳଦୀର ମାଳା ଝୁଲାନ୍ତୁ । ମଣିବନ୍ଧ(ଙ୍ଗକ୍ସସଗ୍ଦଗ୍ଧ) ଏବଂ ବେକରେ ହଳଦୀର ଟିକା ଲଗାନ୍ତୁ । ଏହା ଦ୍ୱାରା ରାଶିରେ ଗୁରୁ ଗ୍ରହର ସ୍ଥିତି ମଜବୁତ ହେବା ସହ ଜୀବନରେ ସବୁ ସମସ୍ୟା ଏବଂ ବାଧାବିଘ୍ନ ଦୂର ହୋଇଥାଏ ।

– ଧନରେ ବୃଦ୍ଧି ହୋଇଥାଏ: ଗୁରୁବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ଆଦି କାର୍ଯ୍ୟ ଶେଷ କରି ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ । ଠାକୁରଙ୍କୁ ହଳଦିଆ ଫୁଲ ଅପର୍ଣ କରିବା ସହ ଚଣା ଡ଼ାଲି ଏବଂ ଗୁଡ଼ର ଭୋଗ ଲଗାନ୍ତୁ । ଏହା ସହ ବୃହସ୍ପତି ଦେବଙ୍କ କଥା ବା ବିଷ୍ଣୁ ସହସ୍ର ନାମ ପାଠ କରିବା ଶୁଭ ଫଳ ଦେଇଥାଏ । ଏହି ଉପାୟ ଦ୍ୱାରା ଜୀବନରେ ଆର୍ଥିକ ସଂକଟ ଦେଖା ଦେଇନଥାଏ ।

– ଜୀବନରେ ସୁଖ ଓ ସୌଭାଗ୍ୟରେ ବୃଦ୍ଧି: ଗୁରୁବାର ଦିନ ହଳଦିଆ ବସ୍ତ୍ର ପରିଧାନ କରି ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ । ଭଗବାନ ବିଷ୍ଣୁଙ୍କର କଥା ପାଠ କରନ୍ତୁ । କଦଳୀ ଗଛର ମୂଳରେ ଜଳ, ଚଣା ଡ଼ାଲି ଓ ଗୁଡ଼ ଅର୍ପଣ କରିବା ସହ ଦେଶୀ ଘିଅର ୫ଟି ଦୀପ ଜଳାନ୍ତୁ । ଏହା ଦ୍ୱାରା ଶେଇଥିବା ଭାଗ୍ୟ ଉଦୟହୋଇଥାଏ ଏବଂ ବ୍ୟକ୍ତିକୁ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

– ବ୍ୟାପାରରେ ବୃଦ୍ଧି ଏବଂ ଚାକିରିରେ ସଫଳତା: ଚାକରିରେ ପ୍ରମୋସନ, ବେତନ ଏବଂ ବ୍ୟାପାରରେ ବୃଦ୍ଧି ନ ହେଉଥିଲେ ଏହି ଉପାୟ ଫଳପ୍ରଦ ହୋଇଥାଏ । ଗୁରୁବାର ଦିନ ହଳଦିଆ ବସ୍ତ୍ର ପରିଧାନ କରି ହଳଦିଆ ଫୁଲ, ହଳଦୀ, ନଡ଼ିଆ ଏବଂ ଲୁଣ ଏକ ହଳଦିଆ କପଡ଼ାରେ ବାନ୍ଧି ମନ୍ଦିର ସିଢ଼ିରେ ରଖି ଦିଅନ୍ତୁ । ଏହି ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ ଯିବା ଏବଂ ଆସିବା ସମୟରେ କାହା ସହ କଥାବାର୍ତ୍ତା ହୁଅନ୍ତୁ ନାହିଁ । ଏହି ଉପାୟ ଦ୍ୱାରା ଜୀବନରେ ସଫଳତାର ନୂଆ ନୂଆ ରାସ୍ତା ଖୋଲିବା ସହ ଦାରିଦ୍ରତା ଦୂର ହୋଇଥାଏ ।

– ଗୁରୁ ଦୋଷରୁ ମିଳିଥାଏ ମୁକ୍ତି: ଗୁରୁବାର ଦିନ ଜଳରେ ଟିକିଏ ହଳଦୀ ମିଶାଇ ସ୍ନାନ କରନ୍ତୁ । ଏହା ସହ ମନରେ ‘ଓଁ ନମୋ ଭଗବତେ ବାସୁଦେବାୟ ନମଃ’ର ମନ୍ତ୍ର ଜାପ କରନ୍ତୁ । ଏହି ଉପାୟ ଦ୍ୱାରା ରାଶିରେ ଗୁରୁ ଗ୍ରହର ସ୍ଥିତି ମଜବୁତ ହେବା ସହ ଗୁରୁ ଦୋଷରୁ ମୁକ୍ତି ମିଳିଥାଏ । ବ୍ୟକ୍ତିକୁ ଜୀବନରେ ପ୍ରଗତି ଏବଂ ସଫଳତା ହାସଲ ହୋଇଥାଏ ।

Get real time updates directly on you device, subscribe now.