fbpx

(Video) ଫଟୋ ପାଇଁ ବାଘ ଦେଉଛି ପୋଜ୍: ଗାଁ ମଝିରେ ନାହିଁ ନଥିବାର ଭିଡ଼

ଉତ୍ତରପ୍ରଦେଶ: ଆପଣ କେବେ ଭାବି ପାରୁଛନ୍ତି କି, ହଠାତ ଆପଣଙ୍କ ଘର ସାମ୍ନାରେ ଗୋଟିଏ ମହାବଳ ବାଘ ଆସି ବିଶ୍ରାମ ନେଉଥିବ। ଆଉ ଏହାକୁ ଦେଖିବା ପାଇଁ ବହୁତ ଲୋକଙ୍କ ଭିଡ଼ ଜମିଥିବ। ଲୋକମାନେ ଏହାକୁ ଉପଭୋଗ କରି ଫଟୋ ଉଠାଉଥିବେ ଆଉ ବାଘ ଫଟୋ ପାଇଁ ତାଙ୍କୁ ପୋଜ୍ ଦେଉଥିବ। ପରିକଳ୍ପନା ନୁହେଁ ବରଂ ବାସ୍ତବରେ ଏଭଳି ଏକ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ହଠାତ ଏକ ମହାବଳ ବାଘ ଜଣଙ୍କ ଘର ପାଚେରୀରେ ଆସି ବିଶ୍ରାମ ନେଉଛି। ଆଉ ଏହାକୁ ଦେଖିବା ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଜମିଛି। ଲୋକମାନେ ବାଘକୁ ଗାଁ ମଝିରେ ଦେଖି ଫଟୋ ଓ ଭିଡିଓ ସୁଟ୍ କରୁଥିବା ବେଳେ ବାଘଟି ସୁନ୍ଦର ସୁନ୍ଦର ଭଙ୍ଗିରେ ସେମାନଙ୍କୁ ପୋଜ୍ ଦେଉଛି।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶରେ ଏଭଳି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ମହାବଳ ବାଘ ପିଲିବିଟ୍ ଜିଲ୍ଲାରେ ଥିବା ବାଘ ରିଜର୍ଭ ଫରେଷ୍ଟରୁ ବାହାରି ରାତିରେ ଆଟକୋନା ଗ୍ରାମରେ ପହଞ୍ଚିଥିଲା। ଏହାପରେ କ୍ଲାନ୍ତ ଅନୁଭବ କରି ବାଘଟି ଗୁରୁଦ୍ୱାରର କାନ୍ଥରେ ବିଶ୍ରାମ ନେଇଛି। ବାଘକୁ ଦେଖିବା ପାଇଁ ଏକ ବିରାଟ ଜନସମାଗମ ହୋଇଛି। ବନ ବିଭାଗ ଦ୍ୱାରା ଏକ ଜାଲ ବ୍ୟବହାର କରି ଏକ ସୁରକ୍ଷା କର୍ଡନ ସୃଷ୍ଟି କରାଯାଇଛି। ପୋଲିସ ପ୍ରଶାସନର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାଘକୁ ଉଦ୍ଧାର କରିବା ପାଇଁ ବନ ବିଭାଗର କର୍ମଚାରୀ ମାନେ ଚେଷ୍ଟା ଜାରି ରଖିଛନ୍ତି।

Get real time updates directly on you device, subscribe now.