fbpx

ଫୋନ୍ ରେ ବର୍ଷା ପାଣି ପଶି ଯାଇଥିଲେ ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଉପାୟ ଦେଖିବେ ଫୋନ୍ ପୁଣି ପୂର୍ବ ପରି ଚାଲିବ

Advertisement

ଏବେ ବର୍ଷା ଋତୁ ଆରମ୍ଭ ହୋଇଗଲାଣି । ତେଣୁ ବର୍ଷାରେ ସମସ୍ତେ ନିଜକୁ ସୁରକ୍ଷା ଦେବା ସହ ଇଲେକ୍ଟ୍ରୋନିକ୍ ଆସବାବପତ୍ରକୁ ବି ସୁରକ୍ଷା ଦେବା ଜରୁରୀ । ଏହି ଇଲେକ୍ଟ୍ରୋନିକ୍ ଆସବାବ ପତ୍ରରେ ମୋବାଇଲ୍ ଫୋନ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ ମୋବାଇଲ୍ ଫୋନ୍ ବିନା ଆଜିକାଲି କେହି ଗୋଟିଏ ମିନିଟ୍ ବି ରହି ପାରିବେ ନାହିଁ । ଏହା ଏବେ ସମସ୍ତଙ୍କ ଲାଗି ଅତ୍ୟନ୍ତ ଆବଶ୍ୟକ ଜିନିଷ ହୋଇଯାଇଛି ।
ବର୍ଷାଦିନେ କେତେବେଳେ ଅଚାନକ ବର୍ଷା ଆସିଯିବ ତାହା କାହାରିକୁ ବି ଜଣା ନ ଥାଏ । ତେଣୁ ଏପରି ସମୟରେ ଆପଣ ବାହାରକୁ ଯାଉଥିବା ବେଳେ ଅଚାନକ ବର୍ଷାରେ ଆପଣଙ୍କ ମୋବାଇଲ ଫୋନ୍ ଓଦା ହୋଇଯାଇପାରେ । ଏହାପରେ ଫୋନ୍ ଆଉ କାମ କରେ ନାହିଁ ଆଉ ଆପଣଙ୍କୁ ଏହାକୁ ଠିକ୍ କରିବା ଲାଗି ଗୁଡାଏ ଖର୍ଚ୍ଚାନ୍ତ ହେବାକୁ ପଡେ । ଏପରି ସ୍ଥିତିରେ ଆପଣଙ୍କ ଲାଗି ରହିଛି କିଛି ସିମ୍ପଲ ଟିପ୍ସ ଯାହା ମାଧ୍ୟମରେ ଆପଣ ନିଜ ମୋବାଇଲ୍ ଫୋନକୁ ସେଫ୍ କରିପାରିବେ ।
ଫୋନ୍ କୁ ଅଫ୍ କରି ଦିଅନ୍ତୁ:
ଯଦି କେବେ ବି ଆପଣଙ୍କ ଫୋନ୍ ପାଣିରେ ଭିଜିଗଲା ତେବେ ତୁରନ୍ତୁ ଏହାର ସୁଇଚ୍ ଅଫ୍ କରି ଦିଅନ୍ତୁ । କାରଣ ଫୋନ୍ ବନ୍ଦ ନ କଲେ ଏଥିରେ ସର୍ଟ ସର୍କିଟ୍ ହେବାର ଆଶଙ୍କା ବଢିଯାଏ । ଏହାଦ୍ୱାରା ଆପଣଙ୍କ ଫୋନ୍ ସଂପୂର୍ଣ୍ଣ ଭାବରେ ଡ୍ୟାମେଜ୍ ହୋଇପାରେ । ଏହା ବ୍ୟତିତ ଆପଣଙ୍କ ଲାଗି ମଧ୍ୟ ଏହା ବିପଦଜନକ ସାବ୍ୟସ୍ତ ହୋଇପାରେ ।
ଏହାର ପାର୍ଟସବୁ କାଢି ଶୁଖାନ୍ତୁ:
ବର୍ଷାରେ ଫୋନ୍ ଓଦା ହୋଇଯିବା ପରେ ଫୋନ୍ ଅଫ୍ କରିବା ପରେ ଏହାର ଆସେସୋରିଜ୍ ଯେପରିକି ବ୍ୟାଟେରୀ, ମେମୋରୀ କାର୍ଡ ଓ ସିମ୍ କାର୍ଡ ଖୋଲି ବାହାର କରି କୌଣସି ଏକ ଖୁଖିଲା କପଡା କିମ୍ବା ଟିସୁ ପେପରରେ ଭଲ ଭାବରେ ପୋଛି ଶୁଖାଇ ଦିଅନ୍ତୁ । ଯଦି ଫୋନର ବ୍ୟାଟେରୀ ନନ୍ ରିମୁଭେବଲ ତେବେ ଫୋନକୁ ପଛୁଆ ମୁହଁ କରି କିଛି ଦିନ ପର୍ଯ୍ୟନ୍ତ ପବନରେ ଏହାକୁ ଶୁଖାଇ ଦିଅନ୍ତୁ । ଏହି ସମୟରେ ଫୋନକୁ ଅନ୍ କରିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ ।
ଚାଉଳ ଡବାରେ ରଖିଦିଅନ୍ତୁ ଫୋନ୍:
ପାଣିରେ ଫୋନ୍ ଭିଜିଯିବା ପରେ ଆପଣ ଏହାକୁ ଅଫ୍ କରି ଭଲ ଭାବରେ ପୋଛି ଶୁଖାଇ ସାରିବା ପରେ ଚାଉଳ ଡବାରେ ସବା ତଳେ ରଖି ଦିଅନ୍ତୁ । ଚାଉଳ ଫୋନ୍ରେ ସୃଷ୍ଟି ହୋଇଥିବା ମଇଶ୍ଚରକୁ ଶୋଷି ନେବାରେ ସହାୟକ ହୋଇଥାଏ ।
ସିଲିକା ଜେଲ୍:
ଫୋନ୍ରେ ଥିବା ପାଣି ଓ ମଇଶ୍ଚରକୁ ସଫା କରିବା ଲାଗି ସିଲିକା ଜେଲ୍ ବି ଉପାଦେୟ ସାବ୍ୟସ୍ତ ହୋଇପାରେ । ଏଣୁ ଆପଣ ଫୋନ୍ କୁ ଅଫ୍ କରି ଶୁଖିଲା କପଡାରେ ପୋଛି ଗୋଟିଏ ଦିନ କୌଣସି ପରିଷ୍କାର କାଚ କଣ୍ଟେନରରେ ରଖି ଦିଅନ୍ତୁ । ଏହା ସହିତ ଜାର୍ ରେ ୪/୫ ପାଉଚ୍ ସିଲିକା ଜେଲ୍ ମଧ୍ୟ ପକାଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଫୋନ୍ ରୁ ମଇଶ୍ଚର ଶୁଖିଯିବ ।
ୟୁଏସବି କିମ୍ବା ହେଡଫୋନ୍ ର ବ୍ୟବହାର କରନ୍ତୁନି:
ଯେ ପର୍ଯ୍ୟନ୍ତ ଆପଣଙ୍କ ଫୋନ୍ ରୁ ମଇଶ୍ଚର ଭଲ ଭାବରେ ଶୁଖିଯାଇନାହିଁ ସେ ପର୍ଯ୍ୟନ୍ତ ୟୁଏସବି କିମ୍ବା ହେଡଫୋନ୍ ର ବ୍ୟବହାର ବିଲକୁଲ ବି କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଫୋନ୍ ସବୁଦିନ ଲାଗି ଖରାପ ହୋଇଯାଇପାରେ ।

 

 

Get real time updates directly on you device, subscribe now.