fbpx

ତିରୁପତି ଲଡ଼ୁ ବିବାଦ: ଲକ୍ଷ୍ନୌର ଏହି ମନ୍ଦିରରେ ବଜାର ପ୍ରସାଦ ଉପରେ ଲାଗିଲା ରୋକ୍‌, ଜାରି ହେଲା ନୋଟିସ୍

ଲକ୍ଷ୍ନୌ: ନିକଟରେ ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ପ୍ରସାଦମ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ସରକାର ସମସ୍ତ ହିନ୍ଦୁ ଧାର୍ମିକ ସଂସ୍ଥାରେ ପ୍ରସାଦ ପ୍ରସ୍ତୁତିର ଗୁଣବତ୍ତା ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପ୍ରସାଦମ୍ ପାଇଁ କେବଳ ‘କର୍ଣ୍ଣାଟକ ମିଲ୍କ ଫେଡେରେସନ୍‌’ ଦ୍ୱାରା ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର କରିବା ପାଇଁ କୁହାଯାଇଛି । ଏଥିମଧ୍ୟରେ ଲକ୍ଷ୍ନୌ ସ୍ଥିତ ଏହି ମନ୍ଦିରରେ ମଧ୍ୟ ପ୍ରସାଦକୁ ନେଇ ସରକାର କଡ଼ା ନିୟମ ଜାରି କରିଛନ୍ତି ।

ଲକ୍ଷ୍ନୌ ସ୍ଥିତ ମନକାମେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁ ବଜାରରୁ କ୍ରୟ କରାଯାଇଥିବା ପ୍ରସାଦ ନେବା ଉପରେ କଟକଣା ଜାରି କରାଯାଇଛି । ଏନେଇ ପୀଠାଧୀଶ୍ୱର ମହନ୍ତ ଦେବ୍ୟାଗିରି ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ନୋଟିସ୍ ଜାରି କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି କି ମନ୍ଦିରରେ ଭୋଗ ହେତୁ ନିଜେ ପ୍ରସ୍ତୁତ କରିଥିବା ପ୍ରସାଦ/ ଡ୍ରାଏ ଫ୍ରୁଟ୍ସ ଗର୍ଭଗୃହରେ ଅର୍ପଣ କରିପାରିବେ । ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ଦେଖାଦେଇଥିବା ପ୍ରସାଦ ବିବାଦକୁ ଦୃଷ୍ଟିରେ ରଖି ଏଭଳି କଟକଣା ଲଗାଯାଇଛି ।

 

Get real time updates directly on you device, subscribe now.