fbpx

କଂଗ୍ରେସକୁ TMCର ବଡ଼ ଝଟକା ! ଏକଲା ଚଲୋ ନୀତିରେ ମମତା ବାନାର୍ଜୀ…

କୋଲକାତା: କୋଲକାତା: ଲୋକସଭା ନିର୍ବାଚନ ୨୦୧୪ ପୂର୍ବରୁ ‘ଇଣ୍ଡିଆ’ ମେଣ୍ଟକୁ ଲାଗିଛି ବଡ଼ ଝଟକା । ଇଣ୍ଡିଆ ମେଣ୍ଟର ଡଙ୍ଗା ବୁଡ଼ିବା ପରି ମନେ ହେଉଛି । ଏଥିମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକୁଟିଆ ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ପଶ୍ଚିମବଙ୍ଗରେ ଆମେ ଏକୁଟିଆ ଲୋକସଭା ନିର୍ବାଚନ ଲଢ଼ିବୁ । ’ ସେମାନେ ଆମ ପ୍ରସ୍ତାବକୁ ଅସ୍ୱିକାର କରିଛନ୍ତି । ମୋ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିବାରୁ ଲୋକସଭା ନିର୍ବାଚନରେ ଏକୁଟିଆ ପ୍ରତିଦ୍ୱନ୍ଦିତା କରିବା ପାଇଁ ନିଷ୍ପତ୍ତି ନେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପଶ୍ଚିମବଙ୍ଗରେ ରାହୁଲ ଗାନ୍ଧୀଙ୍କ ରାଲି ବିଷୟରେ କୌଣସମି ସୂଚନା ଦିଆଯାଇନାହିଁ ।

ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ ଦଳ ପକ୍ଷରୁ କଂଗ୍ରେସକୁ ୨ଟି ଆସନ ଅଫର କରିଥିଲା କିନ୍ତୁ କଂଗ୍ରେସ ୧୦-୧୨ ଆସନ ପାଇଁ ଦାବି କରିଆସୁଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ TMC ‘ଇଣ୍ଡିଆ’ ମେଣ୍ଟର ଏକ ଅଂଶ କିନ୍ତୁ ଲୋକସଭା ନିର୍ବାଚନରେ ସେ ଏକଲା ଚଲୋ ନୀତିରେ ଚାଲିବା ନେଇ ସଂକେତ ମିଳୁଛି । ସୂତ୍ରରୁ ପ୍ରକାଶ TMCର ଗଡ଼ ବୀରଭୂମ ଜିଲ୍ଲାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦଳର ନେତାମାନଙ୍କୁ ଏକୁଟିଆ ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତୁତ ରହିବା ପାଇଁ କହିଥିଲେ । ଏହା ସହ ସିଟ୍ ସେୟାରିଂ ବିଷୟରେ କିଛି ବି ଚିନ୍ତା ନ କରିବା ପାଇଁ କହିଥିଲେ । ମଙ୍ଗଳବାର ଆସାମର ନ୍ୟାୟ ଯାତ୍ରାରେ TMC ସାମିଲ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲା ।

ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଥିଲେ, ‘ଏଥର ମମତା ବାନାର୍ଜୀଙ୍କ ଦୟାରେ ନିର୍ବାଚନ ଲଢ଼ିବୁ ନାହିଁ । ମମତା ବାନାର୍ଜୀ କଂଗ୍ରେସ ପାଇଁ ଯେଉଁ ୨ଟି ଆସନ ଛାଡ଼ିଛନ୍ତି ସେଠାରେ କଂଗ୍ରେସ ବିଜେପି ଓ ଟିଏମସିକୁ ପରାସ୍ତ କରିଥିଲା । କଂଗ୍ରେସ ଦଳ ଜାଣିଛି ଯେ ନିର୍ବାଚନ କିପରି ଲଢ଼ାଯିବ । ମମତା ବାନାର୍ଜୀ ଜଣେ ସୁବିଧାବାଦୀ । ୨୦୧୧ ମସିହାରେ କଂଗ୍ରେସର ଦୟାରେ ସେ କ୍ଷମତାକୁ ଆସିଥିଲେ’ । ତେବେ ଏହା କ’ଣ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମମତା ବାନାର୍ଜୀଙ୍କ ସମ୍ପର୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିପାରେ ! ଏହା ତ କେବଳ ସମୟ ହିଁ କହିପାରିବ ।

 

Get real time updates directly on you device, subscribe now.