ଭୁବନେଶ୍ୱରରୁ ଆଜି ୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୮ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୯ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ଼ ହସ୍ପିଟାଲର ୩ଜଣ କର୍ମଚାରୀ । କୋଭିଡ଼ ହସ୍ପିଟାଲରେ ଚିହ୍ନଟ ହୋଇଥିବା ୩ଜଣଙ୍କ ମଧ୍ୟରୁ ୩୬, ୩୭ ବର୍ଷର ୨ଜଣ ପୁରୁଷ ଓ ୩୦ବର୍ଷିୟ ଜଣେ ମହିଳା ରହିଛନ୍ତି । ୪ଜଣ ଆକ୍ରାନ୍ତ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ହୋମ କ୍ୱାରେଣ୍ଟିନର ୪ଜଣଙ୍କ ମଧ୍ୟରୁ ବିଡ଼ିଏ କଲୋନିରୁ ବିହାର ଫେରନ୍ତା ଜଣେ ୨୯ ବର୍ଷିୟ ମହିଳା ଚିହ୍ନଟ ହୋଇଛନ୍ତି । ଅନ୍ୟ ୩ଜଣ ଦିଲ୍ଲୀ ଫେରନ୍ତା ଜଣେ ଭୀମପୁର ୪୬ବର୍ଷୀୟ ଯୁବକ, ୟୁନିଟ୍-୬ ଭୀମପୁରର କୋଲକାତା ଫେରନ୍ତା ୨୩ ବର୍ଷୀୟ ଯୁବତୀ, ସାଲିଆସାହି ଅଞ୍ଚଳର ଦିଲ୍ଲୀ ଫେରନ୍ତା ୧୯ବର୍ଷିୟ ଯୁବକ । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ଆକ୍ରାନ୍ତ ଗଡ଼କଣା ମହିମାନଗରର ଜଣେ ୫୩ବର୍ଷିୟ ବ୍ୟକ୍ତି ଓ ଅନ୍ୟ ଜଣେ ୧୪ବର୍ଷର ବାଳକ ହୋଇଥିବା ସୂଚନା ରହିଛି ।