fbpx

ଆଜି ଶେଷ ହେଉଛି ଚଳିତ ବର୍ଷର ଐତିହାସିକ ବାଲିଯାତ୍ରା

କଟକ: ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା । ଗତକାଲି ଏହା ଉଦ୍‍ଯାପିତ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଉ ଗୋଟିଏ ଦିନ ପାଇଁ ଯାତ୍ରାର ଅବଧି ବୃଦ୍ଧି କରାଯାଇଥିଲା । ସେହିକ୍ରମରେ ଆଜି ବାଲିଯାତ୍ରାର ଶେଷଦିନ । ଏହି ବାଲିଯାତ୍ରାରେ ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାର ୩୦ଟି ଜିଲ୍ଲାରୁ ୪୫୦ଟି ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ନିଜ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଛନ୍ତି । କେବଳ ବିକ୍ରିବଟା ନୁହେଁ ଲୋକମାନଙ୍କର ମନୋରଞ୍ଜନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ରହିଛି ।

ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତି ସାଙ୍ଗକୁ ନିତିଦିନିଆ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ସବୁକିଛି ବାଲିଯାତ୍ରାରେ ସୁଲଭ ମୂଲ୍ୟରେ ମିଳୁଥିବାରୁ ଲୋକମାନଙ୍କର ଭିଡ଼ ଜମିଥାଏ । ବାଲିଯାତ୍ରାରେ ଆଜି ଦିନତମାମ ପାଗ କୋହଲା ରହିଥିବାରୁ ଲୋକମାନେ ଖୁସିରେ ବାଲିଯାତ୍ରା ବୁଲାବୁଲି କରିଛନ୍ତି । ଆଜି ସନ୍ଧ୍ୟାରେ ଶେଷ ହେବ ଏହି ଐତିହାସିକ ଯାତ୍ରା ।

Get real time updates directly on you device, subscribe now.