୭ ବିଭାଗର ୧୨୪୮ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨୪୮ ପ୍ରାର୍ଥୀଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର । ଏ ନେଇ ରେଳ ଅଡିଟୋରିୟମଠାରେ ନିଯୁକ୍ତି ମେଳା ପାଇଁ ଆୟାଜନ କରାଯାଇଛି ।

ମୋଟ ୭ ଟି ବିଭାଗର ୧୨୪୮ ଜଣଙ୍କୁ ନିଯୁକ୍ତିପତ୍ର ପଦାନ କରିବେ ମୁଖ୍ୟମନ୍ତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବାଭାଗର ୮୨୬ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯିବାକୁ ଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୭୮, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୮୧, ବାଣିଜ୍ୟ ଓ ପରିବହନ ବିଭାର ୬୩ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯିବ ।

ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୪୯ ଜଣ, ଅବକାରୀ ବିଭାଗର ୩୨ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ୧୯ ଜଣଙ୍କୁ ଦିଆଯିବକ ନିଯୁକ୍ତି ପତ୍ର ।