fbpx

ଆଜି ରାତିରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ଆଜି ଶିଖ ଗୁରୁ ତେଗ ବାହାଦୁରଙ୍କ ୪୦୦ତମ ପ୍ରକାଶ ପର୍ବ ପାଳିତ ହେବାକୁ ଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବେ । ରାତି ୯.୧୫ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ମୋଦୀ ତେଗ ବାହାଦୂରଙ୍କ ପ୍ରକାଶ ପର୍ବ ଅବସରରେ ଏକ ବିଶେଷ ସିକ୍କା ଓ ଡାକ ଟିକେଟ ଜାରି କରିବେ ବୋଲି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜଣାପଡ଼ିଛି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି କାର୍ଯ୍ୟକ୍ରମ ଅବସରରେ ୪୦୦ ଶିଖ ସଙ୍ଗୀତଜ୍ଞ ଶବଦ କୀର୍ତ୍ତନ କରିବେ । ସେଥିପାଇଁ ଦିଲ୍ଲୀ ସ୍ଥିତ ଶିଖ ପ୍ରବନ୍ଧକ କମିଟିର ସହାୟତା ନିଆଯାଇଛି । ଆଜି ଏହି କାର୍ଯ୍ୟକ୍ରମରେ ଦେଶର ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବଡ଼ ବଡ଼ ଶିଖ ନେତାମାନେ ସାମିଲ ହେବେ । ଏଥିସହିତ ୪୦୦ ଶିଖ ‘ଜତ୍ଥେଦାରୋ’ ପରିବାର ଓ ସ୍ୱର୍ଣ୍ଣ ମନ୍ଦିରର ଲୋକଙ୍କୁ ମଧ୍ୟ ଆନ୍ତ୍ରଣ କରାଯାଇଛି ।

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ପାଇଁ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଲାଲକିଲ୍ଲାରେ ଅତିରିକ୍ତ ୧୦୦୦ ଯବାନଙ୍କୁ ନିୟୋଜିତ କରାଯାଇଛି । ଲାଲକିଲ୍ଲା ପରିସରରେ ୧୦୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଏଥିସହିତ ଡ୍ରୋନ କ୍ୟାମେରାର ମଧ୍ୟ ବନ୍ଦୋବସ୍ତ କରାଯାଇଛି । ସ୍ୱତନ୍ତ୍ର ଦିବସ ବ୍ୟତୀତ ଦ୍ୱିତୀୟ ଥର ପାଇଁ ମୋଦୀ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବେ । ଏହା ପୂର୍ବରୁ ଗତ ୨୦୧୮ରେ ମୋଦୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ଆଜାଦ ହିନ୍ଦ ସରକାର ଗଠନର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଲାଲକିଲ୍ଲାରେ ରାଷ୍ଟ୍ରୀୟ ପତାକା ଉଡ଼ାଇଥିଲେ ।

Get real time updates directly on you device, subscribe now.