fbpx

ଉଠିଯିବ ଟୋଲ୍ ପ୍ଲାଜା ! ୩ ମାସ ମଧ୍ୟରେ ଜିପିଏସ ଟୋଲ ସିଷ୍ଟମ ପାଇଁ ହେବ ପଲିସି

ନୂଆଦିଲ୍ଲୀ: ଆଉ ରହିବନି ଟୋଲ୍ ପ୍ଲାଜା, ଖୁବଶୀଘ୍ର ଦେଶରେ ଟୋଲ୍ ପ୍ଲାଜା ଉଠାଇ ଦିଆଯିବ । ଏହା ବଦଳରେ ସାରା ଦେଶରେ ଜିପିପିଏସ ଆଧାରିତ ଟୋଲ ସିଷ୍ଟମର ବ୍ୟବସ୍ଥା କରାଯିବ । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସହଜ ଭାଷାରେ କହିଲେ ଏବେ ଆପଣ ଗାଡ଼ିରେ ଟୋଲ ଟ୍ୟାକ୍ସ ଥିବା ସଡ଼କରେ ଯାଉଥିଲେ ଏହି ଜିପିଏସ ଆଧାରିତ ଟୋଲ ସିଷ୍ଟମ ଅଟୋମେଟିକ୍ ଟୋଲ ଟ୍ୟାକ୍ସ ସଂଗ୍ରହ କରିବ । ଏହା ଦ୍ୱାରା ଲୋକଙ୍କୁ ଟୋଲ ଟ୍ୟାକ୍ସ ଦେବା ପାଇଁ ଟୋଲ ପ୍ଲାଜାରେ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବନାହିଁ । କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତୀନ ଗଡକରୀ ଭାରତୀୟ ଉଦ୍ୟୋଗ ପରିସଂଘର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ୩ ମାସ ଭିତରେ ସରକାର ଜିପିଏସ ଆଧାରିତ ଟ୍ରାକିଂ ଟୋଲ୍ ସିଷ୍ଟମ ପାଇଁ ନୂଆ ପଲିସି ଉପସ୍ଥାପନ କରିବେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଦେଶରେ ଜିପିଏସ୍ ଆଧାରିତ ଟୋଲ ଟ୍ୟାକ୍ସ ସଂଗ୍ରହ ଜ୍ଞାନକୌଶଳ ନାହିଁ । ସରକାର ଏହି ଟେକ୍ନୋଲୋଜୀ ପ୍ରସ୍ତୁତ କରିବାକୁ ଲଗାତାର ପ୍ରାୟାସ କରୁଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ମାର୍ଚ୍ଚ ୨୦୨୧ ରେ କହିଥିଲେ ଯେ ଖୁବଶୀଘ୍ର ଦେଶରୁ ଟୋଲ ଗେଟ୍ ଉଠାଇଦିଆଯିବ । ଏହାସହ ଆହୁରି କହିଥିଲେ ଯେ ଏକ ବର୍ଷ ମଧ୍ୟରେ ଜିପିଏସ ଟୋଲ ବ୍ୟବସ୍ଥା ଲାଗୁ କରାଯିବ ।

ତେବେ ଏହି ଟୋଲ ସଂଗ୍ରହ ଜିପିଏସ୍ ଦ୍ୱାରା ହେବ ଅର୍ଥାତ୍ ଟୋଲ୍ ମୂଲ୍ୟ ଗାଡ଼ିରେ ଲାଗିଥିବା ଜିପିଏସ ଇମେଜିଂ ହିସାବରେ ହେବ । ଗଡକରୀ ୨୦୨୦ ଡିସେମ୍ବରରେ କହିଥିଲେ ଯେ ଜିପିଏସ ଆଧାରିତ ନୂଆ ସିଷ୍ଟମ ଋଷ ଜ୍ଞାନକୌଶଳରେ ନିର୍ମିତ । ଏହି ସିଷ୍ଟମରେ ଟୋଲ ଟ୍ୟାକ୍ସ ଲାଗୁ ହେଉଥିବା ସଡ଼କରେ ଗାଡ଼ି ଚାଲିଥିବା ଦୂରତା ଅନୁସାରେ ଆକାଉଣ୍ଟ କିମ୍ବା ଇ-ୱାଲେଟରୁ ଟୋଲ ଟ୍ୟାକ୍ସ ସଂଗ୍ରହ ହେବ । ଉଲ୍ଲେଖଯୋଗ୍ୟ ବର୍ତ୍ତମାନ ଦେଶରେ ଫାଷ୍ଟଟ୍ୟାଗ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ ସିଷ୍ଟମ ଲାଗୁ ରହିଛି ।

Get real time updates directly on you device, subscribe now.