fbpx

ଅଜବ! ଜନ୍ମଦିନରେ ନ ନାଚିବାରୁ ପ୍ରାଇଭେଟ ପାର୍ଟରେ ପୂରାଇଦେଲେ ଟର୍ଚ୍ଚ

ଗୋପାଳଗଞ୍ଜ: ବିହାରର ଗୋପାଳଗଞ୍ଜରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜନ୍ମଦିନ ଭୋଜିରେ ନାଚିବାକୁ ମନା କରିବାରୁ କିଛି ଦୁର୍ବୃତ୍ତ କ୍ରୁରତାର ସବୁ ସୀମା ଅତିକ୍ରମ କରିଛନ୍ତି । ତାଙ୍କୁ ମାଡ଼ ମାରିବା ସହ ପ୍ରାଇଭେଟ ପାର୍ଟରେ ଟର୍ଚ୍ଚ ପୂରାଇଦେଇଛନ୍ତି । ପୋଲିସ ନିକଟରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ହତ୍ୟା ମଧ୍ୟ ଦେଇଛନ୍ତି ।

ଏଭଳି ଏକ ସଙ୍ଗୀନ ଘଟଣାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ପୀଡିତଙ୍କୁ ତାଙ୍କ ପରିବାର ଲୋକ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି । ମେଡିକାଲରେ ଅପରେସନ କରି ଡାକ୍ତିର ତାଙ୍କ ପେଟରୁ ଟର୍ଚ୍ଚକୁ ବାହାର କରିଥିବା ଜଣାପଡିଛି ।

କୁହାଯାଉଛି ଯେ, ୨୬ ଜୁନ୍ ରାତିରେ ଗାଁରେ ଜନ୍ମଦିନ ଭୋଜି ଚାଲିଥିଲା । ପୀଡିତ ଯୁବକଙ୍କୁ ଡାକିବା ପାଇଁ ଚାରିଜଣ ବ୍ୟକ୍ତି ଘରକୁ ଆସିଥିଲେ । ସେଠାକୁ ଯିବା ପରେ ପୀଡିତ ଯୁବକଙ୍କୁ ନାଚିବାକୁ କୁହାଯାଇଥିଲା । ଯୁବକ ମନା କରିବାକୁ ତାଙ୍କୁ ମାରପିଟ୍ କରାଯାଇଥିଲା । ଏହି ସମୟରେ ୪ ଜଣ ଯୁବକ ମିଶି ପୀଡିତଙ୍କ ପ୍ରାଇଭେଟ ପାର୍ଟରେ ଟର୍ଚ୍ଚ ପୂରାଇଦେଇଥିଲେ । ପୀଡିତ ଜଣକ ଘରକୁ ଆସି ନିଜ ପତ୍ନୀ ଓ ପରିବାରବର୍ଗଙ୍କୁ କହିବା ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା ।

ସେଠାରେ ଡାକ୍ତର ତାଙ୍କୁ ତୁରନ୍ତ ଗୋରଖପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ପୀଡିତ ଯୁବକଙ୍କ ଅଭିଯୋଗ ଅନୁସାରେ ପୋଲିସ ଏକ ଏଫଆଇଆର ରୁଜୁ କରିଛି । ୪ ଅଭିଯୁକ୍ତଙ୍କ ମଧ୍ୟରୁ ଉମେଶ୍ୱର ସାହାଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଖୋଜିବାରେ ଲାଗିଛି ପୋଲିସ । ୩ ଜଣ ଅଭିଯୁକ୍ତ ଏବେ ବି ଫେରାର ଥିବା ବେଳେ ତାଙ୍କ ଠିକଣା ଉପରେ ଲଗାତାର ଚଢ଼ାଉ କରୁଛି ପୋଲିସ ।

Get real time updates directly on you device, subscribe now.