fbpx

ଏହି ସହରରେ ବାର୍-ହୋଟେଲ ବନ୍ଦ: ଦୁର୍ଗରେ ଲାଗିଲା ସମ୍ପୂର୍ଣ୍ଣ ଲକଡାଉନ୍

ପୁଣେ,୨ ।୪: ସାରା ଦେଶରେ କରୋନା ମହାମାରୀ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଛତିଶଗଡ ଦୁର୍ଗ ଜିଲ୍ଲା ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା ହୋଇଛି । ଏପ୍ରିଲ ୬ରୁ ୧୪ ତାରିଖ ଯାଏଁ ଲକଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । କରୋନା ସଂକ୍ରମଣ ବୃଦ୍ଧି ପରେ ଏପରି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ ।

ଛତିଶଗଡ ବ୍ୟତିତ ମହାରାଷ୍ଟ୍ରର ପୁଣେରେ ଲାଗିଛି ନାଇଟ କର୍ଫ୍ୟୁ । ଆସନ୍ତାକାଲିଠାରୁ ପୁଣେରେ ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ ଲାଗିବ । ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ଚଳପ୍ରଚଳ ଉପରେ କଟକଣା ଲାଗିଛି । ଆଗାମୀ ୭ ଦିନ ଯାଏଁ ବାର୍, ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ । ବିବାହ, ଅନ୍ତିମ ସଂସ୍କାରକୁ ଛାଡି ସମସ୍ତ ସମାବେଶ ବନ୍ଦ ରହିବ । ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିବେ ସର୍ବାଧିକ ୨୦ ଜଣ ।

Get real time updates directly on you device, subscribe now.