fbpx

ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପର ଝଟକା

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର)ଦିଲ୍ଲୀରେ ଭୂମିକମ୍ପ । ଦିଲ୍ଲୀ ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ । ଦିନ ୨ଟା ୫୩ରେ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତୀବ୍ରତା ୬.୨ । ଉତ୍ତରାଖଣ୍ଡରେ ବି ଭୂମିକମ୍ପର ଝଟକା ଅନୁଭୂତ । ଉତ୍ତର ଭାରତର ବିଭିନ୍ନ ଜାଗାରେ ଭୂନିକମ୍ପ । ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର କିଛି ସ୍ଥାନରେ ଅନୁଭୂତ ହୋଇଛି, ଏହି ଭୂମିକମ୍ପ ପ୍ରାୟ ୪୦ ସେକେଣ୍ଡ ପର୍ଯ୍ୟନ୍ତ ରହିଥିଲା। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି କହିଛି ଯେ ଅପରାହ୍ନ ୨ଟା ୫୧ ମିନିଟରେ ନେପାଳରେ ୫ କିଲୋମିଟର ଗଭୀରତାରେ ୬.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ଟୁଇଟ୍ କରି କୁହାଯାଇଛି, “ତୀବ୍ରତା: ୬.୨, ୦୩-୧୦-୨୦୨୩, ୧୪:୫୧:୦୪, ଲାଟ୍: ୨୯.୩୯ ଏବଂ ଲଙ୍ଗ: ୮୧.୨୩, ଗଭୀରତା: ୫ କିଲୋମିଟର, ଅବସ୍ଥିତି: ନେପାଳ। ୧୦ ସେକେଣ୍ଡରୁ ଅଧିକ ସମୟ ଧରି ଭୂମିକମ୍ପ ଜାରି ରହିଥିବାରୁ ଅନେକ ଲୋକ ନିଜ କାର୍ଯ୍ୟାଳୟ ଓ ଘରୁ ବାହାରକୁ ଦୌଡ଼ି ଆସୁଥିବା ଦେଖିବାକୁ ମିଳିଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ।

Get real time updates directly on you device, subscribe now.