ଯାଆଁଳା ଭଉଣୀଙ୍କ ହାତ ଧରିଲେ ଯାଆଁଳା ଭାଇ, ଭିଡିଓ ଦେଖିଲେ କହିବେ ଏମିତି ବିବାହ…

ଥରେ ଭାବିଲେ ସମାନ ମଣ୍ଡପ। ସମାନ୍ୟ କନ୍ୟାଙ୍କୁ ସମାନ ବର। କେହି ବି ଚିହ୍ନିପାରିବେନି କାହା ବର କିଏ କାହା କନ୍ୟା କିଏ। ଏହି ବିବାହ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ। ଏବେ ସେମିତି ଏକ ବିବାହ ସହିତ ଜଡ଼ିତ ଏକ ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି, ଯେଉଁଥିରେ ଦୁଇଟି କନ୍ୟାଙ୍କ ଲୁକ୍‌ ସମ୍ପୂର୍ଣ୍ଣ ସମାନ ଥିବାବେଳେ ବର ଦୁଇଜଣ ମଧ୍ୟ ଏକାପରି ଦେଖିବାକୁ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଦୁଇ ଯାଆଁଳା ଭଉଣୀ ଗୋଟିଏ ମଣ୍ଡପରେ ଦୁଇ ଯାଆଁଳା ଭାଇଙ୍କ ସହ ବିବାହ କରୁଛନ୍ତି। ଭଉଣୀ ଏବଂ ଭାଇ ଉଭୟଙ୍କ ରୂପ ପରସ୍ପର ସହିତ ଏତେ ସମାନ ଯେ ଯିଏ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏହା ଦେଖି ହୁଏତ ହେବାକୁ ଥିବା ସ୍ବାମୀ-ସ୍ତ୍ରୀ ନିଜେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଏହି ଭିଡିଓଟି କେଉଁଠାରୁ ଆସିଛି ଯଦିଓ ସେ ବିଷୟରେ କୌଣସି ସଠିକ୍‌ ସୂଚନା ନାହିଁ। ତଥାପି ଏହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

ଏହି ଭିଡିଓ କ୍ଲିପ @far.ziengineer ନାମକ ଏକ ଆକାଉଣ୍ଟରୁ ଇନ୍‌ଷ୍ଟାଗ୍ରାମରେ ସେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ୨ ଲକ୍ଷ ୧୮ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ସେହି ସମୟରେ, ଅନେକ ୟୁଜର ମଜାରେ କହୁଛନ୍ତି ଯେ, ଭାଇ ଏହା ଏକ କଟ୍‌ ଆଣ୍ଡ ପେଷ୍ଟ।

ଜଣେ ୟୁଜର କମେଣ୍ଟ କରିଛନ୍ତି, ଯଦି ଉଭୟ ଦମ୍ପତି ଗୋଟିଏ ଘରେ ରୁହନ୍ତି ତେବେ କ’ଣ ହେବ ତାହା ଭାବି ମୁଁ ଚିନ୍ତିତ। ଅନ୍ୟ ଜଣେ ୟୁଜର ଏପରି ପରାମର୍ଶ ମଧ୍ୟ ଦେଇଥିଲେ, ‘ଭାଇ ଚିହ୍ନ ଦିଅ, ନଚେତ୍‌ କିଛି ଭୁଲ ହୋଇପାରେ। ଆଉ ଜଣେ ଲେଖିଛନ୍ତି, ଏହା ଏପରି ଲାଗୁଛି ଯେପରି କେହି ଜଣେ ଭବିଷ୍ୟତରୁ ନିଜ ବିବାହ ଦେଖିବାକୁ ଫେରି ଆସିଛି। ଆଉ ଜଣେ ୟୁଜର କମେଣ୍ଟ କରିଛନ୍ତି, ଏହା VFX ଭାଇ, ମୁଁ ଏହାକୁ ବିଶ୍ୱାସ କରିପାରୁନାହିଁ।