fbpx

Twin Tower ଧ୍ୱଂସ ଡାକି ଆଣିବ ବିନାଶ! ଏହାର ପ୍ରଭାବରେ ଆସ୍ଥମା, ଶ୍ୱାସ, ଫୁସଫୁସ, ଛାତି ଓ ମାଂସପେଶୀ ଯନ୍ତ୍ରଣା ଆଦି ସମସ୍ୟା ବଢ଼ିବ-ବିଶେଷଜ୍ଞ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ନୋଏଡ଼ା ସେକ୍ଟର-୩ ସ୍ଥିତ ସୁପରଟେକ୍ ଏମେରାଲ୍ଡ କୋର୍ଟର ଟ୍ୱିନ୍ ଟାୟାରକୁ ଧରାଶାୟୀ କରାଯାଇଛି । ୧୦୦ ମିଟର ଉଚ୍ଚତା ବିଶିଷ୍ଟ ଦୁଇଟି ଟାୱାରକୁ ଧରାଶାୟୀ କରିବା ପାଇଁ ୩୫୦୦ କେଜିରୁ ଅଧିକ ବିସ୍ଫୋଟକ ବ୍ୟବହାର କରାଯିବା ସହ ପାଖାପାଖି ୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ବିଶେଷଜ୍ଞଙ୍କ ପୂର୍ବାନୁମାନ ମୁତାବକ, ଟାୱାର ଧରାଶାୟୀ ହେବା ଦ୍ୱାରା ଆଖାପାଖର ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼ିବ । କନଷ୍ଟ୍ରକସନ ସାଇଡରୁ ସୃଷ୍ଟି ଧୂଳିରେ ଶ୍ୱାସ ସହିତ ଅନେକ ରୋଗରେ ଲୋକେ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏହା ଖାସ୍ କରି ଆସ୍ଥମା ରୋଗୀଙ୍କ ପାଇଁ ଘାତକ ହୋଇପାରେ । ଦିଲ୍ଲୀ-ଏନସିଆର ପୂର୍ବରୁ ବହୁତ ପ୍ରଦୂଷିତ ସହର ହୋଇଥିବା ବେଳେ ଏବେ ଏହା ପୁଣି ସ୍ଥିତିକୁ ବିଗାଡ଼ି ଦେଇଛି ।

ଧୂଳି କାରଣରୁ ଆସ୍ଥମା ଲକ୍ଷଣ ବୃଦ୍ଧି ପାଇବ । ରୋଗୀମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବେ । ଯେଉଁମାନେ ନିୟମିତ ଆସ୍ଥମା ପମ୍ପ ବ୍ୟବହାର କରନ୍ତି ନାହିଁ, ସେମାନଙ୍କର ଅବସ୍ଥା ବିଗିଡ଼ିପାରେ । ଖରାପ ଇମ୍ୟୁନିଟିଧାରୀ ଓ ଭଙ୍ଗାସ୍ଥଳ ନିକଟରେ ରହୁଥିବା ଲୋକଙ୍କଠାରେ ଫଙ୍ଗଲ ସଂକ୍ରମଣ ବୃଦ୍ଧି ପାଇପାରେ । ଫଙ୍ଗସ ସାଧାରଣ ଭାବେ ଫୁସଫୁସକୁ ପ୍ରଭାବିତ କରିଥାଏ । ମାତ୍ର ଏହାର ଲକ୍ଷଣ ବହୁତ ଅଲଗା ହୋଇଥାଏ । ଅଧିକାଂଶ ସମୟରେ ସାମାନ୍ୟ ଅସୁସ୍ଥତା, ଛାତି ଯନ୍ତ୍ରଣା, ଖାସ, ମୁଣ୍ଡବ୍ୟଥା, ଭୋକ ନ ଲାଗିବା, ଶ୍ୱାସ ସମସ୍ୟା, ଗଣ୍ଠି ଓ ମାଂସପେଶୀ ଯନ୍ତ୍ରଣା, ଥଣ୍ଡା ଲାଗିବା ଆଦି ଲକ୍ଷଣ ଦେଖାଯାଇଥାଏ ବୋଲି ବିଶେଷଜ୍ଞ କହିଛନ୍ତି ।

Get real time updates directly on you device, subscribe now.