fbpx

(Video) ‘ମୃତ୍ୟୁର କୂଅ’ରେ ବାଇକ୍ ଷ୍ଟଣ୍ଟ କରୁ କରୁ ତଳକୁ ଖସି ପଡ଼ିଲା ଦୁଇଟି ବାଇକ୍ ଓ ଗୋଟିଏ କାର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯେ କୌଣସି ଖେଳ ଖେଳିବାକୁ ଆଉ ଦେଖିବାକୁ ପ୍ରାୟ ସମସ୍ତଙ୍କୁ ମଜା ଲାଗିଥାଏ । ତେବେ ଅନେକ ସମୟରେ କିଛି ମେଳାରେ ଦୁଃସାହିକ ଷ୍ଟଣ୍ଟ ପ୍ରଦର୍ଶିତ ହୋଇଥାଏ । କିଛି ଲୋକ ଏପରି କିଛି ଅସାଧାରଣ ଷ୍ଟଣ୍ଟ ଦେଖାଇ ଦର୍ଶକଙ୍କ ମନ ମୋହିବା ସହିତ ଅର୍ଥ ରୋଜଗାର କରିଥାନ୍ତି । ତେବେ ପେଟ ପାଇଁ କରାଯାଉଥିବା ଏହି ଖେଳ ଅନେକ ସମୟରେ ବିପଦକୁ ଡାକି ଆଣିଥାଏ । ମୃତ୍ୟୁର କୂଅ ଭିତରେ ଷ୍ଟଣ୍ଟ ଦେଖାଉଥିବା ସମୟରେ ସତେ ଯେମିତି ମୃତ୍ୟୁ ସତର୍କ ସୂଚନା ଦେବାକୁ ପାଖକୁ ଚାଲି ଆସିଥିଲା ।

ମୃତ୍ୟୁର କୂଅ ଭିତରେ ଦ୍ରୁତ ଗତିରେ ଦୌଡ଼ୁଥିବା ଦୁଇଟି ବାଇକ୍ ଅଚାନକ ତଳେ ପଡ଼ିଯାଇଥିଲା । ଏହି ସମୟରେ ପୁଣି ଏକ କାର ମଧ୍ୟ ତଳେ ପଡ଼ିଥିଲା । ଏହି ଘଟଣାର ଲାଇଭ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଖବରଟି ଉତ୍ତରପ୍ରଦେଶର ଜନପଦ ଅମରୋହାରୁ ଆସିଛି । ସେଠାରେ ଲୋକମାନେ ଏକ ମେଳରେ ‘ମୃତ୍ୟୁର କୂଅ’ ଷ୍ଟଣ୍ଟ ଦେଖୁଥିଲେ । ମୃତ୍ୟୁର କୂଅ ଭିତରେ ଦୁଇଟି ବାଇକ୍ ଦ୍ରୁତ ବେଗରେ ଦୌଡ଼ୁଥିଲେ । ଠିକ୍ ଏହି ସମୟରେ ଉକ୍ତ ଦୁଇ ବାଇକ୍ ତଳକୁ ଖସି ପଡ଼ିଥିଲା । ପୁଣି ଏକ ମାରୁତି କାର ବାଇକ ଆରୋହୀ ଉପରେ ପଡ଼ିଥିଲା । ଏହି ଘଟଣାର ଲାଇଭ୍ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଜଣାପଡ଼ିଛି ଯେ, ଅମରୋହା ଜନପଦ ଅଞ୍ଚଳରେ ଗତ କିଛିଦିନ ଧରି ମେଳା ଚାଲିଥିଲା । ଲୋକମାନେ ମେଳାରେ ମୃତ୍ୟୁର କୂଅ ଦେଖିବାକୁ ଯାଇଥିଲେ । ମୃତ୍ୟୁର କୂଅ ଭିତରେ ଷ୍ଟଣ୍ଟ ଦେଖାଉଥିବା ସମୟରେ ଦୁଇଜଣ ବାଇକ୍ ଚାଳକ ହଠାତ୍ ଖସି ଭୂଇଁରେ ପଡ଼ିଥିଲେ । ହଠାତ୍ ଘଟିଥିବା ଏହି ଦୁର୍ଘଟଣା ଦେଖି ସମସ୍ତେ କାବା ହୋଇଯାଇଥିଲେ । ଏହି ଦୁର୍ଘଟଣାରେ ଦୁଇଜଣ ବାଇକ୍ ଚାଳକ ଆହତ ହୋଇଥିଲେ ଓ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାର ସମସ୍ତ ଦୃଶ୍ୟକୁ କିଛି ଲୋକ ନିଜ ମୋବାଇଲରେ ରେକର୍ଡ କରିଦେଇଥିଲେ ।

Get real time updates directly on you device, subscribe now.