fbpx

ପଞ୍ଜାବରେ ମୁହାଁମୁହିଁ ହେଲେ ଦୁଇଟି ଟ୍ରେନ୍‌, ୨ ଲୋକପାଇଲଟ୍ ଗୁରୁତର

ନୂଆଦିଲ୍ଲୀ: ବାହାନଗା ଟ୍ରେନ ଦୁର୍ଘଟଣା ବର୍ଷେ ପୂରଣ ହୋଇଥିବା ବେଳେ ଆଜି ପଞ୍ଜାବର ରେଳ ଦୁର୍ଘଟଣା ପୁଣି ସେହିଦିନକୁ ମନେ ପକେଇ ଦେଇଛି । ରବିିବାର ଭୋର ୪ଟା ସମୟରେ ପଞ୍ଜାବର ଫତେଗଡ଼ଠାରେ ଘଟିଛି ଟ୍ରେନ୍ ଦୁର୍ଘଟଣା । ଦୁଇଟି ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଲୋକ ପାଇଲଟଙ୍କର ଆହତ ହୋଇଥିବା ବେଳେ ସେମାନଙ୍କୁ ଫତେଗଡ଼ ସ୍ଥିତ ସିଭିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ରାଜନ୍ଦର ହସ୍ପିଟାଲକୁ ରେଫର କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.