UGC NET 2024 ପଞ୍ଜୀକରଣ ଓ ଆପ୍ଲିକେସନ ଫର୍ମ ସଂଶୋଧନ ତାରିଖ ବଢ଼ିଲା

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ୟୁଜିସି ନେଟ ୨୦୨୪ ପଞ୍ଜୀକରଣ ଓ ଆପ୍ଲିକେସନ ଫର୍ମ ସଂଶୋଧନ ତାରିଖ ବୃଦ୍ଧି କରାଯାଇଛି । ୟୁଜିସି ନେଟର ରେଜିଷ୍ଟ୍ରେସନର ଅନ୍ତିମ ତାରିଖ ଡିସେମ୍ବର ୧୦ ରହିଥିବା ବେଳେ ପେମେଣ୍ଟ ଦାଖଲର ଅନ୍ତିମ ତାରିଖ ଡିସେମ୍ବର ୧୧ ରହିଥିଲା । ଏବେ ପ୍ରାର୍ଥୀମାନେ ଡିସେମ୍ବର ୧୧ ଅର୍ଥାତ ଆଜି ରାତି ୧୧.୫୯ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ । ୟୁଜିସି ନେଟର ଅଫିସିଆଲ ୱେବସାଇଟକୁ ଯାଇ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ଏନଟିଏ ରେଜିଷ୍ଟ୍ରେସନ ସହିତ ଆପ୍ଲିକେସନ ଫର୍ମ କରେକ୍ସନ ଡେଟ୍ ମଧ୍ୟ ବଢ଼ାଇ ଦେଇଛି । କରେକ୍ସନ ୱିଣ୍ଡେ ଏବେ ଡିସେମ୍ବର ୧୩ରେ ଖୋଲିବ ଓ ୧୪କୁ ବନ୍ଦ ହୋଇଯିବ । ପୂର୍ବର ଆପ୍ଲିକେସନ ଫର୍ମ ସୁଧାର ପାଇଁ ୱିଣ୍ଡୋ ଡିସେମ୍ବର ୧୨ରେ ଖୋଲିବାର ଥିବା ଓ ଡିସେମ୍ବର ୧୩ରେ ବନ୍ଦ ହେବାର ଥିଲା । ତେବେ ଜଣେ ପ୍ରାର୍ଥୀ କେବଳ ଗୋଟିଏ ଥର ଆବେଦନ କରିବାକୁ ଅନୁମତି ରହିଛି । ଯଦି କୌଣସି ପ୍ରାର୍ଥୀ ଭୁଲବଶତଃ ବା ଜାଣୁଶୁଣି ଏକାଧିକ ଆବେଦନ କରନ୍ତି, ତେବେ ତାଙ୍କର ଆବେଦନ ପତ୍ରକୁ ଅସ୍ୱୀକାର କରିଦିଆଯିବ ।