fbpx

ଓଡ଼ିଶାରେ ଅସହ୍ୟ ତାତି: ୪୦ ଡିଗ୍ରୀ ଉପରେ ୧୦ ସହର

ଭୁବନେଶ୍ବର(ଓଡ଼ିଶା ଭାସ୍କର) : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ସାରା ଓଡିଶା । ଆଜି ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଲେଣି ରାଜ୍ୟବାସୀ । ୪୧.୫ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ଼ ।

ଏହା ସହ ବାଲେଶ୍ବରରେ ତାପମାତ୍ରା ୩୬.୫ ଡିଗ୍ରୀ ଥିବା ବେଳେ ଚାନ୍ଦବାଲିରେ ୩୮.୩, କଟକରେ ୩୮.୨, ପାରାଦୀପରେ ୩୩.୩, ଭୁବନେଶ୍ବରରେ ୩୯, ଗୋପାଳପୁରରେ ୩୨.୯, ପୁରୀରେ ୩୪.୬, ଅନୁଗୁଳରେ ୪୦.୧, ବାରିପଦାରେ ୩୯, ଝାରସୁଗୁଡ଼ାରେ ୩୯.୪, କେନ୍ଦୁଝରରେ ୩୬.୬, ସମ୍ବଲପୁରରେ ୪୧, ସୁନ୍ଦରଗଡ଼ରେ ୪୦.୫, ହୀରାକୁଦରେ ୩୯.୬, ତାଳଚେରରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

Get real time updates directly on you device, subscribe now.