fbpx

ଏକ ନୂଆ ହେଲଥ୍ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ: ହେଲଥ୍ ଇନସ୍ୟୁରାନ୍ସ କ୍ଲେମ୍ ପାଇଁ ଏଣିକି ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିବନି

ନୂଆଦିଲ୍ଲୀ: ଦେଶରେ ଇନସ୍ୟୁରାନ୍ସ ଇକୋସିଷ୍ଟମରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ନୂଆ ପ୍ଲାଟଫର୍ମ ପ୍ରସ୍ତୁତ କରିଛି । ନ୍ୟାସନାଲ ହେଲଥ୍ କ୍ଲେମ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ ଅଧିନରେ ମନ୍ତ୍ରଣାଳୟ ପକ୍ଷରୁ ଏହି ନୂଆ ହେଲଥ୍ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି । ଏହି ପ୍ଲାଟଫର୍ମ ମାଧ୍ୟମରେ ଦେଶର ଛୋଟବଡ଼ ହସ୍ପିଟାଲ, ବୀମା କମ୍ପାନୀ ଯୋଡ଼ିହେବେ ଓ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ଯଥାଶୀଘ୍ର ହେଲଥ୍ କ୍ଲେମ ସୁବିଧା ମିଳିପାରିବ ।

ବର୍ତ୍ତମାନ ସୁଦ୍ଧା ୫୨ରୁ ଅôଧକ ବୀମା କମ୍ପାନୀ ସହିତ ଆଲୋଚନା ସରିଛି । ପାଖାପାଖି ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବୀମା କମ୍ପାନୀମାନେ ଏହି ପ୍ଲାଟଫର୍ମରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି । ଯେଉଁ ବୀମା କମ୍ପାନୀମାନେ ଏହି ନୂଆ ପ୍ରୟୋଗରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି, ସମୋନଙ୍କୁ ସମସ୍ତ ପ୍ରକ୍ରିୟା ବିଷୟରେ କୁହାଯାଇଛି । ଖୁବଶୀଘ୍ର ନ୍ୟାସନାଲ ହେଲଥ୍ କ୍ଲେମ ପୋର୍ଟାଲକୁ ଲଞ୍ଚ କରାଯିବ ବୋଲି ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି ।

ହେଲଥ୍ ଇନସ୍ୟୁରାନ୍ସ ଇକୋସିଷ୍ଟମକୁ ସାଧାରଣ ଲୋକଙ୍କ ପାଇଁ ସହଜସାଧ୍ୟ କରାଇବା ଓ ସିଷ୍ଟମରେ ପାରଦର୍ଶିତ ଆଣିବା ପାଇଁ ମନ୍ତ୍ରଣାଳୟ ପ୍ରୟାସ କରୁଛି । ଗୋଟିଏ ସିଙ୍ଗଲ ପୋର୍ଟାଲ ହେଲେ ତାହା ମାଧ୍ୟମରେ ହସ୍ପିଟାଲମାନେ ରୋଗୀଙ୍କର କ୍ଲେମକୁ ଫରୱାର୍ଡ କରିବେ ଓ ସେହି ପୋର୍ଟାଲରୁ ବୀମା କମ୍ପାନୀମାନେ ସମସ୍ତ ତଥ୍ୟ ନେଇ ଅନୁମୋଦନ ଦେବେ । ଏହାଫଳରେ ହସ୍ପିଟାଲମାନଙ୍କୁ ପ୍ରତ୍ୟେକ ରୋଗୀଙ୍କ ପାଇଁ ପ୍ରତି ବୀମା କମ୍ପାନୀର ପୋର୍ଟାଲକୁ ଯିବାର ଆବଶ୍ୟକତା ପଡ଼ିବନି । କମ୍ପାନୀମାନେ ମଧ୍ୟ ଗୋଟିଏ ପୋର୍ଟାଲରୁ ସମସ୍ତ ତଥ୍ୟ ହାସଲ କରିପାରିବେ । ୨୫୦ରୁ ୩୦୦ ବଡ଼ ହସ୍ପିଟାଲ ଏହି ପ୍ରୋଜେକ୍ଟରେ ଯୋଡ଼ି ହେବେ ବୋଲି କୁହାଯାଉଛି । ଏନେଇ ମନ୍ତ୍ରଣାଳୟର ଅଧିକାରୀଙ୍କ ସହିତ ହସ୍ପିଟାଲର ପ୍ରତିନିଧିଙ୍କର ଏକ ବୈଠକ ବସିଥିଲା । ଏହି ପୋର୍ଟାଲ ଲଞ୍ଚ ହେବା ପରେ ଏକ ସିଙ୍ଗଲ ପୋର୍ଟାଲ ଜରିଆରେ କ୍ଲେମ ପ୍ରୋସେସ ହେବ । ଏହି ପଦକ୍ଷେପକୁ ଭାରତୀୟ ବୀମା ନିୟନ୍ତ୍ରକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ପକ୍ଷରୁ ସ୍ୱାଗତ କରାଯାଇଛି ।

Get real time updates directly on you device, subscribe now.