fbpx

ଆଖିରୁ ନେଇ ଇମ୍ୟୁନିଟିକୁ ଶକ୍ତିଶାଳୀ କରିବାରେ ସାହାର୍ଯ୍ୟ କରିଥାଏ ସବୁଜ ଟମାଟୋ, ଜାଣନ୍ତୁ ଅନ୍ୟ ଫାଇଦା

ଟମୋଟୋ ବା ବିଲାତି ଶରୀର ପାଇଁ ଅନ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ସାଧାରଣତଃ ଖାଦ୍ୟରେ ବ୍ୟବହୃତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି, ସବୁଜ ଟମାଟୋ ବି ଶରୀର ପାଇଁ ଲାଭଦାୟକ ହୋଇଥାଏ । ସବୁଜ ଟମାଟୋ ପୋଷକ ତତ୍ତ୍ୱରେ ଭରପୂର ହୋଇ ରହିଥାଏ । ସବୁଜ ଟମାଟୋରେ ଭିଟାମିନ ସି, ଭିଟାମିନ-ଏ, ଫାଇବର, ଫୋଲେଟ୍, କ୍ୟାଲସିୟମ୍, ପୋଟାସିୟମ୍ ଓ ଆଣ୍ଟି-ଇନଫ୍ଲାମେଟୋରୀ ଭଳି ପୋଷକ ତତ୍ତ୍ୱ ମିଳିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଥିରେ ଭିଟାମିନ୍ ସି, ଏ, କ୍ୟାଲସିୟମ୍, ପୋଟାସିୟମ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସବୁଜ ଟମାଟୋର ଉପକାର-

ଆଖି ପାଇଁ-
ଆଖିକୁ ସୁସ୍ଥ ରଖିବା ପାଇଁ ଆପଣ ସବୁଜ ଟମାଟୋ ଖାଇପାରିବେ । ସବୁଜ ଟମାଟୋରେ ବିଟା-କାରୋଟିନ୍ ମିଳିଥାଏ, ଯାହା ଆଖିକୁ ସୁସ୍ଥ ରଖିବା ଓ ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ।

ଇମ୍ୟୁନିଟି-
ସବୁଜ ଟମାଟୋରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ । ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ବଢ଼ାଇବାରେ ଭିଟାମିନ୍ ସି ସାହାଯ୍ୟ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆପଣ ଖାଦ୍ୟରେ ସବୁଜ ଟମାଟୋ ସାମିଲ କରିପାରିବେ ।

ବ୍ଲଡ ପ୍ରେସର ସମସ୍ୟାରୁ ମୁକ୍ତି-
ସବୁଜ ଟମାଟୋରେ ପୋଟାସିୟମ୍ ମିଳିଥାଏ, ଯାହାକି ବ୍ଲଡ ପ୍ରେସରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ସବୁଜ ଟମାଟୋ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ସ୍କିନ ପାଇଁ ଲାଭଦାୟକ –
ଡାଇଟରେ ସବୁଜ ଟମୋଟୋ ସାମିଲ କରି ସ୍କିନକୁ ସୁସ୍ଥ ରଖିପାରିବେ । ସବୁଜ ଟମାଟୋରେ ଥିବା ଭିଟାମିନ୍ ସି’ ଓ ଆଣ୍ଟିଅକ୍ସିଡାଣ୍ଟ ସ୍କିନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.