fbpx

ମୋବାଇଲରେ ରଖନ୍ତୁ ନାହିଁ ଏହି ୱାଲପେପର, ବୃଦ୍ଧି ପାଇଥାଏ ନକାରାତ୍ମକ ଶକ୍ତି

ଓଡ଼ିଶା ଭାସ୍କର: ଜ୍ୟୋତିର୍ବିଦଙ୍କ ମତରେ ବାସ୍ତୁ ଶାସ୍ତ୍ର ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ରର କିଛି ନିୟମ ପାଳନ କରିବା ଦ୍ୱାରା ଜୀବନରେ ସକାରତ୍ମକ ପ୍ରଭାବ ଦେଉଥିବା ବେଳେ ବାସ୍ତୁ ଦୋଷ କାରଣରୁ ବ୍ୟକ୍ତିକୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବାସ୍ତୁ ଶାସ୍ତ୍ର କେବଳ ଘରର ସାଜସଜ୍ଜାର ନିୟମ ସହ ଜଡ଼ିତ ନୁହେଁ ବରଂ ଦୈନନ୍ଦିନ ଜୀବନରେ ବ୍ୟକ୍ତି ବ୍ୟବହରାର କରୁଥିବା ବସ୍ତୁ କ୍ଷେତ୍ରରେ ମଧ୍ୟ ବାସ୍ତୁ ଶାସ୍ତ୍ର ନିୟମର ବର୍ଣ୍ଣନା ରହିଛି । ଏହି ସବୁ ନିୟମ ପାଳନ ଦ୍ୱାରା ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ବୃଦ୍ଧି ପାଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ଆମେ ବ୍ୟବହାର କରୁଥିବା ମୋବାଇଲ ସମ୍ବନ୍ଧୀୟ କିଛି ବାସ୍ତୁ ଟିପ୍ସ ବିଷୟରେ :

ସାଧାରଣତଃ ବ୍ୟକ୍ତିମାନେ ମୋବାଇଲର ହୋମ୍ ସ୍କ୍ରିନ୍ ପାଇଁ ନିଜ ପସନ୍ଦର ୱାଲପେପର ରଖିଥାନ୍ତି । ତେବେ ଏହି ୱାଲପେପର ଚୟନ କରିବା ସମୟରେ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ ।
– ଜଙ୍ଗଲୀ ଜୀବଜନ୍ତୁଙ୍କ ଫଟୋ: ନିଜ ମୋବାଇଲ ୱାଲପେପର ଭାବରେ କୌଣସି ଜଙ୍ଗଲୀ ଜୀବଜନ୍ତୁଙ୍କ ଫଟୋ ରଖନ୍ତୁ ନାହିଁ । ସେମାନେ ହିଂସକ ପ୍ରକୃତିର ଥାନ୍ତି । ମୋବାଇଲର ୱାଲପେପରରେ ଏଭଳି ଫଟୋ ରହିଲେ ବ୍ୟକ୍ତିର ଚିନ୍ତାଧାରା ହିଂସାତ୍ମକ ପ୍ରବୃତିର ହୋଇଯାଏ । ଫଳରେ ପରିବାରରେ ଅଶାନ୍ତି ଦେଖାଦେଇଥାଏ ।

– ଭୂତ ଫଟୋ: ମୋବାଇଲ ୱାଲପେପରରେ ଭୂତଙ୍କ ଫଟୋ ରଖିବା ଅଶୁଭ ହୋଇଥାଏ । ମୋବାଇଲ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏହା ସହ ଘରର ପରିବେଶ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ ।

– ଯୁଦ୍ଧ ଚିତ୍ର: କୌଣସି ବ୍ୟକ୍ତି ମୋବାଇଲର ୱାଲପେପରରେ ଯୁଦ୍ଧ ଚିତ୍ର ରଖିଥିଲେ ପରିବାରରେ ସବୁବେଳେ ଅଶାନ୍ତି ଦେଖାଦେଇଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗି ରହିଥାଏ । ଏହା ପରିବାରର ସୁଖ ଶାନ୍ତି ଉପରେ ପ୍ରଭାବ ପକାଇଥାଏ ।

– ତାଜମହଲ ଫଟୋ: ଅନେକ ଲୋକମାନେ ନିଜ ମୋବାଇଲର ୱାଲପେପର ଭାବରେ ତାଜମହଲର ଫଟୋ ରଖିଥାନ୍ତି । କିନ୍ତୁ ବାସ୍ତୁ ଅନୁସାରେ ଏହା ଏକ ସମାଧି ଅଟେ । ଏହା ଜୀବନରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

ମୋବାଇଲ ଫୋନ୍ ପାଇଁ କିଛି ଅନ୍ୟ ବାସ୍ତୁ ଟିପ୍ସ୍:

– ମୋବାଇଲ କଣ୍ଟାକ୍ଟ ଲିଷ୍ଟରେ ଥିବା ପରିବାର ସଦସ୍ୟଙ୍କ ନାମ ପ୍ରାରମ୍ଭରେ ସ୍ମାଇଲି ଇମୋଜି ରଖନ୍ତୁ । ଏହା ଦ୍ୱାରା ପରିବାର ସଦସ୍ୟଙ୍କ ସହ ପ୍ରେମ ଭାବନା ବୃଦ୍ଧି ପାଇଥାଏ ।

– ବ୍ୟବସାୟ ସହ ଜଡ଼ିତ ଥିବା ବ୍ୟକ୍ତି ନିଜ ନାମ ସାମ୍ନାରେ ଡଲାର, ମନି ବ୍ୟାଗ୍, ମନି ଷ୍ଟିକର ଲଗାଇବା ଶୁଭଫଳ ଦେଇଥାଏ ।

– ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଫୋନରେ କଥା ହେବା ସମୟରେ ସାମ୍ନା ପକ୍ଷ ଅଧିକ ସକ୍ରିୟ ଥା’ନ୍ତି । ତେଣୁ ବୃତ୍ତିଗତ ଜୀବନରେ ଡାହାଣ ପଟ କାନ ଏବଂ ବାମ ପଟ କାନରେ ଫୋନ୍ ରଖି ଅନ୍ୟମାନଙ୍କ ସହ କଥା ହେବାପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.