fbpx

ପନିପରିବା ଦର ଆକାଶ ଛୁଆଁ, ଟମାଟୋ ୧୨୦ ଟଙ୍କା ହୋଇଥିବା ବେଳେ ବିନ୍ସ ଛୁଇଁଲାଣି ୨୫୦

ଭୁବନେଶ୍ୱର:ଏବେ ରାଜ୍ୟରେ ପରିବା ଦର ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ସାଧାରଣ ଖାଉଟୀ କଣ ଖାଇବ ଚିନ୍ତା କରିପାରୁ ନାହିଁ । ଟମାଟୋ ଏକ ନିହାତି ଆବଶ୍ୟକ ପରିବା ହୋଇଥିବା ବେଳେ ଏବେ ଏହାର ଦର ୧୨୦ ଟଙ୍କା ଛୁଇଁଲାଣି । ଯେଉଁ ଟମାଟୋ ମାସକ ତଳେ ୨୦/ ୩୦ ଟଙ୍କା ଥିଲା ହଠାତ୍ ତାହାର ଦର ଏତେମାତ୍ରାରେ ବୃଦ୍ଧି ପାଇବା ଦ୍ୱାରା ଗରିବ ଖାଉଟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତେବେ କେବଳ ଟମାଟୋ ନୁହେଁ ଅନ୍ୟାନ୍ୟ ପନିପରିବା ଦର ମଧ୍ୟ ବେଶ୍ ବୃଦ୍ଧି ପାଇଛି । ଝୁଡଙ୍ଗ କିଲୋ ପିଛା ୧୬୦ ଟଙ୍କା ରହିଥିବା ବେଳେ ବିନ୍ସ କିଲୋ ପିଛା ୨୫୦ ଟଙ୍କା ରହିଛି । ସେହିଭଳି ଭେଣ୍ଡି ୧୦୦, ପୋଟଳ ୮୦, କାକୁଡି ୮୦, କଲରା ୮୦, ଗାଜର ୫୦, ଜହ୍ନି ୮୦ ଟଙ୍କାରେ ବିକ୍ରୀ ହେଉଛି । ବଜାରରେ ଅଧିକାଂଶ ପରିବା ଦର ୮୦ ଛୁଇଁଛି ।

ତେବେ ବଜାର ସୂତ୍ରରୁ ମିଳିଥିବା ସୂଚନା ମୂତାବକ ଯୋଗାଣ ସମସ୍ୟା ଯୋଗୁ ପରିବାର ଦର ଅଚାନକ ବୃଦ୍ଧି ପାଇଛି । ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ୨ ଦିନରେ ଟମାଟୋ ଦର ୧୫୦ ଟଙ୍କା ଛୁଇଁବ । ଦେଶର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଫସଲ ନଷ୍ଟ ସହ ଯୋଗାଣ ସମସ୍ୟା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ରାଜ୍ୟରେ ଷ୍ଟକ ମଧ୍ୟ ଅଧିକ ନାହିଁ ।
ଆମ ରାଜ୍ୟ ଟମାଟୋ ଲାଗି ବାଙ୍ଗାଲୋର ଓ ନାସିକ ଉପରେ ନିର୍ଭର କରିଥାଏ । ବର୍ଷା ଓ ବନ୍ୟା ଯୋଗୁ ଫସଲ ନଷ୍ଟ ଏବଂ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଏହିପରି ଦରଦାମ୍ ଅହେତୁକ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଖୁଚୁରା ବ୍ୟବସାୟୀ ମନମାନି କରି ଗ୍ରାହକଙ୍କ ଠାରୁ ନିଜ ଇଚ୍ଛାମୁତାବକ ଦରଦାମ୍ କଷି ନେଉଛନ୍ତି ।

Get real time updates directly on you device, subscribe now.