fbpx

ବିବାହ ପୂର୍ବରୁ କ୍ୟାଟ୍ରିନାଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଲେ ବିକି, ଜାଣନ୍ତୁ କ’ଣ ଥିଲା ଜିଦ୍ ପଛର କାରଣ…

ମୁମ୍ବାଇ ; ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଗରେ ମୁଣ୍ଡ ନୁଆଁଇଲେ ଉରି ଫେମ୍‌ ଅଭିନେତା ବିକି କୌଶଲ । ରହିଲାନି ବିକିଙ୍କ କଥା । ଶେଷରେ ବିବାହ ପୂର୍ବରୁ କ୍ୟାଟ୍ରିନାଙ୍କ କଥାରେ ରାଜି ହେଲେ ବିକି । ବଲିଉଡ କରିଡରରେ ଏବେ କ୍ୟାଟ୍ରିନା ଏବଂ ବିକିଙ୍କ ବ୍ୟାଣ୍ଡ, ବାଜା, ବାରାତ ଟକ୍‌ ଅଫ୍‌ ଦା ଟାଉନ୍‌ ରହିଛି । ସେମାନଙ୍କ ବିବାହ ଖବର ଗଣମାଧ୍ୟମର ହେଡ୍‌ଲାଇନ୍‌ ପାଲଟିଛି । ଡିସେମ୍ବରରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

ମିଡିଆ ରିପୋର୍ଟ ଅନୁସାରେ ଦୁହେଁ ଡିସେମ୍ବରରେ ରାଜସ୍ଥାନର ଏକ ପ୍ୟାଲେସ୍‌ରେ ରାଜକୀୟ ଶୈଳୀରେ ବିବାହ କରିବେ । ତେବେ ବିକି-କ୍ୟାଟ୍ରିନାଙ୍କ ବିବାହ ପାଇଁ ଦୁଇଟି ତାରିଖ ବାହାରିଥିଲା । ପ୍ରଥମଟି ଥିଲା ୭-୯ ଡିସେମ୍ବର ଏବଂ ଦ୍ୱିତୀୟଟି ଥିଲା ମେ’ ୨୦୨୨ । ଆସନ୍ତା ବର୍ଷ ମେ’ ମାସରେ ବିବାହ କରିବାକୁ ବିକି ଚାହୁଁଥିଲେ । କିନ୍ତୁ ଏଥିରେ ରାଜି ନଥିଲେ କ୍ୟାଟ୍ରିନା । ଡିସେମ୍ବର ମାସରେ ହିଁ ବିବାହ କରିବାକୁ ଜିଦ୍‌ ଧରି ବସିଥିଲେ କ୍ୟାଟ୍‌ । ଶେଷରେ କ୍ୟାଟ୍ରିନାଙ୍କ ଜିଦ ଆଗରେ ମୁଣ୍ଡ ନୁଆଁଇଥିଲେ ବିକି । ଡିସେମ୍ବର ମାସରେ ହିଁ ବିବାହ କରିବାକୁ ରାଜି ହୋଇଯାଇଥିଲେ ବୋଲି ସୂଚନା ମିଳିଛି ।

ବଲିଉଡ ଲାଇଫର ଖବର ଅନୁଯାୟୀ ଅପ୍‌କମିଂ ଫିଲ୍ମ ଗୁଡିକର ଶୁଟିଂ ସାରିବାକୁ ଯାଇ ବିକି ମେ ମାସରେ ବିବାହ କରିବାକୁ ଚାହୁଁଥିଲେ । ଯଦି ମେ’ ମାସରେ ବିବାହ ହୋଇଥାନ୍ତା ତେବେ କ୍ୟାଟ୍ରିନା ମଧ୍ୟ ତାଙ୍କ ଫିଲ୍ମ ଟାଇଗର-୩ ଲାଗି ସୁଟିଂ ଶେଷ କରିବାକୁ ସମୟ ପାଇଥାନ୍ତେ । କିନ୍ତୁ ଡିସେମ୍ବରରେ ହିଁ ବିବାହ କରିବା ନିଷ୍ପତ୍ତିରେ କ୍ୟାଟ୍ରିନା ଅଡି ବସିଥିଲେ । ଅନ୍ୟପଟେ କ୍ୟାଟ୍ରିନାଙ୍କ ଅନୁସାରେ ରାଜସ୍ଥାନରେ ମେ’ ମାସରେ ବିବାହ କରିବା ମୁସକିଲ୍‌ ହୋଇଥା’ନ୍ତା । ସେହି ସମୟରେ ସେଠାକାର ପରିବେଶ ଅଧିକ ଗରମ ରୁହେ । କ୍ୟାଟ୍ରିନା ଏବଂ ବିକିଙ୍କ ନିର୍ବନ୍ଧ ସରିଛି । ସୂଚନା ମୁତାବକ, କ୍ୟାଟ୍ରିନା ଏବଂ ବିକିଙ୍କ ନିର୍ବନ୍ଧ ବେଶ୍‌ ପ୍ରାଇଭେଟ ରୂପେ ନିର୍ଦ୍ଦେଶକ କବିର ଖାନ୍‌ଙ୍କ ଘରେ ଦୀପବାଳି ଅବସରରେ ହୋଇଛି । ଏହି ସମାରୋହରେ କେବଳ ବିକି ଏବଂ କ୍ୟାଟ୍ରିନାଙ୍କ ପରିବାର ଲୋକେ ହିଁ ସାମିଲ ଥିଲେ ।

Get real time updates directly on you device, subscribe now.