ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ସହ ଜଡିତ ଅନେକ ଭିଡିଓକୁ ଲେକମାନେ ଖୁବ ପସନ୍ଦ କରିଥାନ୍ତି । ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଯାଏ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏଭଳି ଏକ ହୃଦୟସ୍ପର୍ଶୀ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ଏତେ ଭଲ ଲାଗୁଛି ଯେ ଅନେକ ଲୋକ ନିଜ ମା’ଙ୍କୁ ମନେ ପକାଉଛନ୍ତି । ଏହି କାରଣରୁ ଅନେକ ଲୋକ ଏହି ଭିଡିଓକୁ ହ୍ୱାଟସଆପ ଷ୍ଟାଟସରେ ମଧ୍ୟ ପୋଷ୍ଟ କରୁଛନ୍ତି ।
ଟ୍ୱିଟରରେ @Yoda4ever ନାମକ ଆକାଉଣ୍ଟରୁ ଏହି ଭିଡିଓକୁ ସେୟାର କରାଯାଇଛି । ମା’ ସବୁ ରଙ୍ଗ ଓ ଜାତିରେ ସମାନ । ଏହାପରେ ପ୍ରତ୍ୟେକ ମା’ଙ୍କ ଭଳି ମାଆ ବିଲେଇଟି ମଧ୍ୟ ନିଜ ମମତାର ପ୍ରମାଣ ଦେଖାଛି । ଗୋଟେପଟେ ନିଜ ଛୁଆ ଅନ୍ୟପଟେ ମାଲିକର ଛୁଆ ହେଲେ ସେ ତାର ମାତୃ ପଣିଆରେ ସ୍ୱାର୍ଥ ଦେଖିନି। ନିଜ ଛୁଆଙ୍କୁ ଛାଡ଼ି ତା ମାଲିକର ପିଲାକୁ ଗେଲ କରୁଛି। ଯାହା ଗୋଟେ ନିସ୍ୱାର୍ଥ ମାଆର କର୍ତ୍ତବ୍ୟ । ଲୋକମାନେ ଏହି ମା’ ବିଲେଇକୁ ବହୁତ ଭଲ ପାଉଛନ୍ତି। ଏହି ଭିଡିଓକୁ ଅନେକ ଟ୍ୱିଟର ୟୁଜର ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓକୁ ନେଇ ବହୁତ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ମା-ମମତାର ଏହି ଜ୍ୱଳନ୍ତ ଉଦାହରଣକୁ ଆଖିରେ ଦେଖି, ନିଜ ମାଆ ଓ ମାଆର ଭଲ ପାଇବାକୁ ମନେ ପକାଇଛନ୍ତି।
This one's also mine..🐈🐾😍 pic.twitter.com/YEoCsb3Vgf
— 𝕐o̴g̴ (@Yoda4ever) January 8, 2024