fbpx

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ରେଡ; ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଗଜପତି:ବର୍ତ୍ତମାନ ରାଜ୍ୟରେ ଦୁର୍ନିତୀ ଖୋର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ଫଳରେ ଆକ୍ସନ ମୋଡକୁ ଆସିଛି ଭିଜିଲାନ୍ସ ଟିମ୍ । ପ୍ରତ୍ୟେକ ଦିନ କେହି ନା କେହି ସରକାରୀ ବାବୁ ଏହି ଭିଦିଲାନ୍ସ ଜାଲରେ ଛନ୍ତି ହୋଇଯାଉଛନ୍ତି । କିଏ ଲାଞ୍ଚ ନେଇ ଏହି ଫାଶରେ ପଡୁଛି ତ ଆଉ କିଏ ଆୟ ବହିର୍ଭୂତ ସମ୍ପତ୍ତି ପାଇଁ ଏହି ଭିଜିଲାନ୍ସ ପଞ୍ଝାରେ ପଡିଯାଉଛି । ତେବେ ପୂର୍ବରୁ ଏହିପରି ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ସେହିପରୀ ପୁଣି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ସହକାରୀ ଯନ୍ତ୍ରୀ ଏହି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ରାୟଗଡା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ରେଡ କରିଥିବା ଜଣାପଡିଛି । ତେବେ ବ୍ରହ୍ମପୁର ଏବଂ ଗଜପତି ସମେତ ୪ ଟି ସ୍ଥାନରେ ଏକକାଳୀନ ଚଢାଉ ଜାରୀ ରହିଛି ।

ଯାହା ଫଳରେ ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲୀପ କୁମାରଙ୍କ ଅଡୁଆ ବଢିବାର ଲାଗିଛି । ତେବେ ଭିଜିଲାନ୍ସ ଟିମର ଏହି ରେଡରେ କେତେ ସମ୍ପତ୍ତି ଠୁଳ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଚଢାଉ ଜାରୀ ରହିଛି ।

Get real time updates directly on you device, subscribe now.