fbpx

ଲୁଚାଣିଆ ପ୍ରେମକୁ ଲୁଚାଇ ପାରିଲେନି: ଉଭୟଙ୍କୁ ବାହା କରାଇଦେଲେ ଗ୍ରାମବାସୀ

ବେଗୁସରାୟ: ବିବାହିତ ପ୍ରେମିକାକୁ ଲୁଚି ଲୁଚି ଭେଟ କରିବା ପ୍ରେମିକ ପ୍ରବରଙ୍କୁ ମହଙ୍ଗା ପଡିଯାଇଛି । ଗ୍ରାମବାସୀଙ୍କ ହାତରେ ଧରା ପଡିବା ପରେ ଉଭୟଙ୍କୁ ବିବାହ କରି ଦିଆଯାଇଛି । ଜବରଦସ୍ତି ହୋଇଥିବା ଏହି ବିବାହର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଯୁବକ ନିଜ ଚେହେରା ବାରମ୍ବାର ଲୁଚାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଯୁବତୀଙ୍କୁ ବିବାହ କରିଛନ୍ତି ।

୬ ମାସ ଭିତରେ ଯୁବତୀଙ୍କର ଏହା ତୃତୀୟ ବିବାହ ବୋଲି କୁହାଯାଉଛି । ତେଣୁ ମାମଲା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ୬ ମାସ ପୂର୍ବରୁ ବେଗୁସରାୟ ମୁଫସିଲ ଥାନା ଅନ୍ତର୍ଗତ ମୁବାରକପୁର ଗ୍ରାମର ଉମେଶ ମହତୋଙ୍କ କନ୍ୟା ଆରତୀ କୁମାର(୨୦)ଙ୍କ ପ୍ରଥମ ବିବାହ ହୋଇଥିଲା । ତେବେ ବିବାହ ଆୟୋଜନରେ ପ୍ରମୁଖ ଭୂମିକା ନେଇଥିଲେ ସିଣ୍ଟୁ କୁମାର । ତେବେ ସମ୍ପର୍କର ଫାଇଦା ଉଠାଇ ସିଣ୍ଟୁ ଏହି ବିବାହିତା ଯୁବତୀଙ୍କୁ ନିତିଶ କୁମାରଙ୍କ ସହ ଦ୍ୱିତୀୟ ବିବାହ କରାଇ ଦେଇଥିଲେ । ତେବେ ଏ ଘଟଣା ନେଇ ଯୁବତୀଙ୍କ ପିତା ମୁଫସିଲ ଥାନାରେ ସିଣ୍ଟୁ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ସେହିପରି ଦ୍ୱିତୀୟ ଏବଂ ଯୁବତୀଙ୍କ ଦ୍ୱିତୀୟ ବିବାହ ପରେ ସିଣ୍ଟୁ ଲଗାତାର ନିତିଶଙ୍କ ଘରକୁ ଯିବା-ଆସିବା ଲାଗି ରହିଥିଲା । ତେବେ ଏଥଇରୁ ଆରତୀ-ସିଣ୍ଟୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ପ୍ରେମ ସମ୍ପର୍କ । ତେବେ ନିତିଶ କାମକୁ ବାହାରିଯିବା ପରେ ବିଳମ୍ବିତ ରାତିରେେ ଆରତୀଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ ସିଣ୍ଟୁ । କିନ୍ତୁ ଉଭୟଙ୍କର ଏହି ଲୁଚାଣିଆ ପ୍ରେମ ଗ୍ରାମବାସୀଙ୍କ ହାତରେ ଧରା ପଡିଗଲା । ଏହାପରେ ଉଭୟଙ୍କୁ ଗ୍ରାମବାସୀମାନେ ଜୋର ଜବରଦସ୍ତ ବିବାହ କରାଇ ଦେଇଛନ୍ତି । ତେବେ ମାତ୍ର ୬ ମାସ ଭିତରେ ଆରତୀଙ୍କର ୩ ଥର ବିବାହ ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.