କଏଦୀଙ୍କୁ VIP ସୁବିଧା: ଜେଲର୍ ସିଗାରେଟ ଟାଣି ସେଲଫି, ପରିବାର ପରିଜନଙ୍କୁ କରୁଛନ୍ତି ଭିଡିଓ କଲ୍

ନୂଆଦିଲ୍ଲୀ: ଜେଲରେ କଏଦୀଙ୍କୁ ଅପରାଧର ଶାସ୍ତି ଦିଆଯାଉଥିବା ବେଳେ ଅନେକ ସମୟରେ ସେମାନେ ବିଳାଶପୂର୍ଣ୍ଣ ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି । ଏହାରି ଭିତରେ କର୍ଣ୍ଣାଟକର କଲବୁର୍ଗୀ ଜେଲରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଏଠାରେ କଏଦୀଙ୍କୁ ଭିଆଇପି ସୁବିଧା ଦିଆଯାଉଥିବା ଦେଖାଯାଇଛି । କଏଦୀମାନେ ତମାଖୁ ସହିତ ମୋବାଇଲ ଫୋନ ମଧ୍ୟ ବ୍ୟବହାର କରୁଥିବା ନେଇ ଭିଡିଓରେ ଦେଖାଯାଇଛି । ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଜେଲ୍ ଭଳି ମନେହେଉଥିଲେ ହେଁ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ଭିଡିଓରେ ଦେଖାଯାଇଛି ଯେ, କଏଦୀମାନେ ପରିଜନଙ୍କୁ ଜେଲରେ ରହି ଭିଡିଓ କଲ୍ କରୁଛନ୍ତି । ଅନ୍ୟ ଜଣେ କଏଦୀ ସିଗାରେଟ ପିଇ ସେଲଫି ନେଉଥିବା ଦେଖାଯାଇଛି । ଏହି ଏହାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଭାରୀ ପୋଲିସ ମହାନିର୍ଦ୍ଦେଶକ ମାଲିନୀ କୃଷ୍ଣମୂର୍ତ୍ତି ଏହାର ତଦନ୍ତ କରାଯିବ ବୋଲି ଆଶ୍ବାସନା ଦେଇଛନ୍ତି । ଅନେକ ଅନେକ ଭିଡିଓ ଭାଇରାଲ କରାଯାଇଥାଏ । କିନ୍ତୁ ଏହି ଘଟଣାରେ କେତେ ସତ୍ୟତା ରହିଛି, ସେନେଇ ଯାଞ୍ଚ କରାଯିବ ।

ପ୍ରକାଶଥାଉକି, ହତ୍ୟା ମାମଲାରେ ଆରୋପି ଅଭିନେତା ଦର୍ଶନ ଜେଲରେ ଭିଆଇପି ସୁବିଧା ଦିଆଯାଉଥିବା ବେଳେ ଧରାଯାଇଥିଲା । ଏହାପରେ ତାଙ୍କୁ କର୍ଣ୍ଣଟକର କଲବୁର୍ଗୀ ଜେଲରୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ବାବା ସିଦ୍ଧିକିଙ୍କୁ ହତ୍ୟା କରାଯାଇଥିବା ବେଳେ ବର୍ତ୍ତମାନ କଏଦୀଙ୍କୁ ଭିଆଇପି ସୁବିଧା ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

Get real time updates directly on you device, subscribe now.