fbpx

ଭୋଡ଼ାଫୋନ୍ କମ୍ପାନୀକୁ ବଡ଼ ଆଶ୍ୱସ୍ତି, ପାଣ୍ଠି ସଂଗ୍ରହ ପାଇଁ ବୋର୍ଡ଼ରୁ ମିଳିଲା ଅନୁମତି

Advertisement

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ, ଭୋଡ଼ାଫୋନ୍ ଆଇଡ଼ିଆ ଲିମିଟେଡକୁ ବଡ଼ ଆଶ୍ୱସ୍ତି ମିଳିଛି । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ କମ୍ପାନୀର ବୋର୍ଡ଼ ପକ୍ଷରୁ ୪୫ ହଜାର କୋଟି ଟଙ୍କା ସଂଗ୍ରହ(Fundraising ) କରିବା ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରୁ ଇକ୍ୱିଟି ମାଧ୍ୟମରୁ ବିଦ୍ୟମାନ ନିବେଶକଙ୍କ ଠାରୁ ୨୦ ହଜାର କୋଟି ଟଙ୍କା ସଂଗ୍ରହ କରାଯିବ ଅର୍ଥାତ ନିବେଶକମାନେ କମ୍ପାନୀ ଠାରୁ ନୂତନ ଶେୟାର କିଣିବେ । ଏନେଇ ଏପ୍ରିଲ ୨ରେ କମ୍ପାନୀ ଶେୟାର ହୋଲ୍ଡରର୍ସଙ୍କ ସହ ଏକ ବୈଠକ କରିବ । ଜୁନ୍ ତ୍ରୈୟମାସକ ସୁଦ୍ଧା ଇକ୍ୱିଟି ମାଧ୍ୟମରେ ପାଣ୍ଠି ସଂଗ୍ରହ କାର୍ଯ୍ୟ ଶେଷ ହେବା ନେଇ କମ୍ପାନୀ ଆଶା ପ୍ରକାଶ କରିଛି । ଏହା ବ୍ୟତୀତ ଅବଶିଷ୍ଟ ୨୫ ହଜାର କୋଟି ଟଙ୍କା ଋଣ ଦ୍ୱାରା ସମ୍ପୂର୍ଣ୍ଣ ହେବ ।

ଏହି Fundraising ମାଧ୍ୟମରେ ଭୋଡ଼ାଫୋନ୍ ଆଇଡ଼ିଆ ଲିମିଟେଡ କମ୍ପାନୀକୁ 4G କଭରେଜ୍ ଏବଂ 5G ନେଟୱାର୍କ ରୋଲଆଉଟ୍ ଏବଂ କାପାସିଟି ଏକ୍ସପାନସନର ବିସ୍ତାର ପାଇଁ ନିବେଶ କରିବା ପାଇଁ ସହଯୋଗ କରିବ । ଏହା ମାଧ୍ୟମରେ କମ୍ପାନୀର କମ୍ପେଟିଟିଭ୍ ପୋଜିସନିଂରେ ସୁଧାର ଆସିପାରିବ ଏବଂ ଗ୍ରହକଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ କରିବାରେ ସକ୍ଷମ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଏହି ପାଣ୍ଠି ଯୋଗାଡ଼ କରିବା ଯୋଜନା ପୂର୍ବରୁ ମଙ୍ଗଳବାର କମ୍ପାନୀର ଶେୟାର ୪.୪୫% ହ୍ରାସ ଘଟି ୧୬.୧୦ଟଙ୍କାରେ ବନ୍ଦ ହୋଇଥିଲା ।

Get real time updates directly on you device, subscribe now.