fbpx

ଆଉ ଶୁଭିବନି ଜାକିର ହୁସେନ୍ ଙ୍କ ସୁମଧୁର କଣ୍ଠସ୍ୱର, ହୃଦଘାତରେ ଶେଷ ନିଃଶ୍ୱାସ ନେଲେ ଭଏସ୍ ଅଫ୍ ଇଣ୍ଡିଆ ଫେମ୍

Advertisement

ନୂଆଦିଲ୍ଲୀ: ଭଏସ୍ ଅଫ୍ ଇଣ୍ଡିଆ ଭାବରେ ପରିଚିତ ଫେମସ୍ ଗାୟକ ମହମ୍ମଦ ଜାକିର ହୁସେନ୍ ଙ୍କ ଦେହାନ୍ତ ହୋଇଯାଇଛି । ଅଚାନକ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଛତିଶଗଡ ବିଳାସପୁରରେ ତାଙ୍କର ଦେହାନ୍ତ ହୋଇଯାଇଛି ।
ବୁଧବାର ଅର୍ଥାତ୍ ଆଜି ଦ୍ୱିପ୍ରହରରେ ପୁରୁଣା ବସ୍ତିସ୍ଥିତ ଇଦଗାହ କବରସ୍ଥଳରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଜାକିର ହୁସେନଙ୍କ ଏହପରି ଅକାଳ ମୃତ୍ୟୁରେ ସାରା ସଙ୍ଗୀତ ଦୁନିଆ ସ୍ତବ୍ଧ ହୋଇଯାଇଛି ।

ନିଜ ସୁମଧୁର କଣ୍ଠ ସ୍ୱରର ଯାଦୁରେ ସେ ଲୋକଙ୍କ ହୃଦୟରେ ରାଜ କରୁଥିଲେ । ସେ ନିଜ ପରିବାର ସହ କୌଣସି କାମରେ ବିଳାସପୁର ଯାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଚାନକ ଖରାପ ହୋଇଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି ।

ହଠାତ୍ ମଙ୍ଗଳବାର ରାତିରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବା ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍ ନିଆଯାଇଥିଲା । କିନ୍ତୁ ତାଙ୍କ ଜୀବନ ରକ୍ଷା କରାଯାଇ ପାରି ନ ଥିଲା । ପିଲାଦିନୁ ଜାକିର ହୁସେନଙ୍କର ସଙ୍ଗୀତ ଓ କଳା ପ୍ରତି ବିଶେଷ ରୁଚି ଥିଲା । ଦେଶ ତଥା ଦେଶ ବାହାରେ ସେ ବିଭିନ୍ନ ସ୍ଥାନରେ ନିଜର ସଙ୍ଗୀତ ପରିବେଷଣ କରି ଶ୍ରୋତାଙ୍କୁ ମୁଗ୍ଧ କରିପାରୁଥିଲେ । ଏହି କାରଣରୁ ସେ ଭଏସ୍ ଅଫ୍ ଇଣ୍ଡିିଆ ଭାବରେ ପରିଚିତ ଥିଲେ । ସାରା ବିଶ୍ୱରେ ତାଙ୍କର କୋଟି କୋଟି ପ୍ରଶଂସକ ଥିଲେ । ତାଙ୍କ ଅକାଳ ଦେହାନ୍ତରେ ସାରା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.