ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ୧୬ ତାରିଖରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ । ପ୍ରଥମ ଥର ପାଇଁ ଏହି ନିର୍ବାଚନର ମତ ଗଣନା ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଭୋଟଗଣତି କେନ୍ଦ୍ର ନିର୍ଣ୍ଣୟ ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ମତଗଣନା ପ୍ରକ୍ରିୟା ଓ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବେ । ନିର୍ବାଚନ ଅଧିକାରୀମାନେ ଭୋଟ ଗଣତି କେନ୍ଦ୍ର ନିରୂପଣ କରିବେ । ଯେଉଁଠାରେ ପର୍ଯ୍ୟାପ୍ତ ସ୍ଥାନ ଥିବ ଓ ନିର୍ବାଚନ ଅଧିକାରୀଙ୍କ ସହ ଗଣତି କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ଭୋଟ ଗଣତି କାର୍ଯ୍ୟ ଆରାମରେ ସମ୍ପାଦନ କରି ।ରିବେ । ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୱାରି ଭୋଟ ଗ୍ରହଣ କାର୍ଯ୍ୟ ଗୋଟିଏ ବଡ଼ ହଲରେ କରାଯିବ । ବ୍ଲକ ମୁଖ୍ୟାଳୟରେ ଗଣନା କାର୍ଯ୍ୟ ୩ ଦିନ ଧରି ଚାଲିବ ।
ପ୍ରତ୍ୟେକ ବ୍ଲକର ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ଅନୁସାରେ ନିର୍ବାଚନ ଅଧିକାରୀମାନେ କେତେଗୋଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯିବ ତାହା ନିରୂଣ କରିବେ । କୌଣସି ଏକ ବ୍ଲକରେ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ୩ରୁ ଅଧିକ ଥିଲେ ସେଠାରେ ୧ରୁ ଅଧିକ ମତଗଣନା କେନ୍ଦ୍ର ସ୍ଥାପନ କରାଯିବ । ଗୋଟିଏ ବ୍ଲକର ମତଗଣନା କାର୍ଯ୍ୟ ନିଶ୍ଚିତ ଭାବେ ୩ ଦିନ ମଧ୍ୟରେ ଶେଷ କରିବାଲାଗି ନିର୍ବାଚନ ଅଧିକାରୀମାନେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ମତଗଣନା କେନ୍ଦ୍ର ବ୍ଲକ ମୁଖ୍ୟାଳୟ ନିକଟରେ ହେବା ଉଚିତ୍ । ଯଦି ସେଠାରେ ପର୍ଯ୍ୟାପ୍ତ ସ୍ଥାନ ନଥିବ ତେବେ ବ୍ଲକ ମୁଖ୍ୟାଳୟରେ ଥିବା ସରକାରୀ କୋଠାଘର ବିଶେଷକରି ମହାବିଦ୍ୟାଳୟ କିମ୍ବା ଉଚ୍ଚ ବିଦ୍ୟାଳୟ କୋଠାଘରେ ମତଗଣନା କେନ୍ଦ୍ର ସ୍ଥାପନ କରାଯିବ । ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ପର୍ଯ୍ୟାପ୍ତ ସ୍ଥାନ ସହ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିବ ।
ଏତଦ୍ବ୍ୟତୀତ ମତଗଣନା କେନ୍ଦ୍ର ନିକଟରେ ଷ୍ଟ୍ରଙ୍ଗ ରୁମ୍ ନିକଟରେ ଏକ ବଡ଼ କୋଠରୀ ରହିବା ଜରୁରି ଯେଉଁଠିକି ଭୋଟ ଗ୍ରହଣ ପରେ ଭୋଟ ବାକ୍ସ ସହ ଭୋଟ ଗ୍ରହଣ ସମ୍ପର୍କିତ ଅନ୍ୟାନ୍ୟ ସାମଗ୍ରୀ ଗଚ୍ଛିତ ରଖାଯିବ । ମତଗଣନା କେନ୍ଦ୍ର ଚିହ୍ନଟ ସମୟରେ ସେଠାରେ ଆବଶ୍ୟକ ଚେୟାର, ଟେବୁଲ, ପରିସ୍ରାଗାର ଓ ପାନୀୟ ଜଳର ସୁବିଧା ନିମନ୍ତେ ଦୃଷ୍ଟି ଦିଆଯିବ । ରାଜନୈତିକ ଦଳ ମାନେ ଚାହିଁଲେ ଷ୍ଟ୍ରଙ୍ଗରୁମ୍ର ବାହାରେ ନିର୍ଦ୍ଧାରିତ ସ୍ଥାନରେ ରହି ଭୋଟ ବାକ୍ସ ଥିବା ଷ୍ଟ୍ରଙ୍ଗରୁମ୍କୁ ଜଗିାରିବେ । ମତଗଣନା କେନ୍ଦ୍ରରେ ଆଲୋକ ବ୍ୟବସ୍ଥା ସହ ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଅଗ୍ନି ନିର୍ବାପକ ଯନ୍ତ୍ର ଓ ଡାକବାଜି ଯନ୍ତ୍ରର ବ୍ୟବସ୍ଥା ରହିବ । ମତଗଣନା ଟେବୁଲ ପାଇଁ ଜଣେ କାଉଣ୍ଟିଂ ସୁ ରଭାଇଜର, ୨ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହି ରି ୪ ଜଣଙ୍କୁ ନିର୍ବାଚନ ଅଧିକାରୀ ନିୟୋଜିତ କରିାରିବେ । ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପଦବୀ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ କେବଳ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତି କରି ।ରିବେ । ସେହିଭଳି ଜିଲ୍ଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ଲଢ଼ୁଥିବା ପ୍ରାର୍ଥୀମାନେ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀରେ ଥିବା ପଞ୍ଚାୟତ ସଂଖ୍ୟା ଅନୁସାରେ କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତ କରିବେ । ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ତାରିଖ ଓ ସମୟରେ ମତଗଣନା କାର୍ଯ୍ୟ ଆରମ୍ଭ ହେବ ।