fbpx

(Video) ୪ ବର୍ଷ ଅପେକ୍ଷାର ଘଟିବ ଅନ୍ତ: ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝିଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି । ଆସନ୍ତାକାଲି ଅର୍ଥାତ ଜୁନ୍ ୧୨ରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଜି ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବାକୁ ଆସନ୍ତାକାଲି ଦ୍ୱିପ୍ରହର ସମୟରେ ଓଡ଼ିଶାରେ ପହଞ୍ଚିବେ । ଏହି ଅବସରର ସେ ଏକ ରୋଡ୍ ଶୋ’ର ଆୟୋଜନ କରାଯିବ ।

୧୨ରେ ରାଜ୍ୟରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ୧୩ରେ ଶ୍ରୀମନ୍ଦିରର ୪ ଦ୍ୱାରା ଖୋଲିବାର ଆଶା ବଢ଼ିଛି । ଶ୍ରୀମନ୍ଦିରରେ ପହଞ୍ଚି ଅଧିକାରୀମାନେ ସ୍ଥିତି ପରଖିଛନ୍ତି । ଏହାଫଳରେ ଦୀର୍ଘ ୪ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବା ସହ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ନେଇ ଆଶା ବଢ଼ିଛି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସୁ ଆସୁ ପ୍ରଥମେ ଶ୍ରୀମନ୍ଦିରରୁ କାମ ଆରମ୍ଭ କରି । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବ । ଦୀର୍ଘଦିନ ଧରି ଭକ୍ତମାନେ ଯେଉଁ କାର୍ଯ୍ୟକୁ ଅପେକ୍ଷାକୁ କରି ରହିଥିଲେ ଏବେ ତାହା ବାସ୍ତବ ରୂପ ନେବାକୁ ଯାଉଛି । ରାଜ୍ୟରେ ବିଜେପି ସରକାର ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ୪ ଦିନ ମଧ୍ୟରେ ୪ ଦ୍ୱାର ଖୋଲିବାକୁ ଦଳର ତୁଙ୍ଗ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ୧୩ ତାରିଖ ବେଳକୁ ଭକ୍ତଙ୍କ ପ୍ରବେଶ ନେଇ ୪ ଦ୍ୱାରରେ କୌଣସି ପ୍ରତିବନ୍ଧକ ନଥିବ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହା ମଧ୍ୟରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଶ୍ରୀମନ୍ଦିର ଚାରିପାଖରେ ବୁଲି ସ୍ଥିତି ଅନୁଧ୍ୟାନ କରିଥିବାରୁ ଉକ୍ତ ପ୍ରକ୍ରିୟା ଆରମ୍ଭ ନେଇ ସମ୍ଭାବନା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.