fbpx

ଗ୍ଲୋଇଂ ଏବଂ ହେଲ୍‌ଦୀ ତ୍ୱଚା ଚାହୁଁଛନ୍ତି କି ? ଗବଳରଙ୍କକ୍ଟ୍ର ରିମୁଭ୍ କରିବା ସମୟରେ ବ୍ୟବହାର କରନ୍ତୁ ଏହି ପ୍ରାକୃତିକ ଜିନିଷ

Advertisement

ଓଡ଼ିଶା ଭାସ୍କର: ବ୍ୟକ୍ତିର ସୁନ୍ଦରତାକୁ ନୂଆ ଲୁକ୍ ଦେଇଥାଏ ମେକଅପ୍ । ଆଜିକାଲି ମେକ୍‌ଅପ୍ ଦୈନନ୍ଦିନ ଜୀବନଶୈଳୀର ଅଂଶ ବିଶେଷ ପାଲଟି ଯାଇଛି । ଏହା ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ପର୍ସନାଲିଟିକୁ ମଧ୍ୟ ଦର୍ଶାଇଥାଏ । ଅଧିକାଂଶ ବ୍ୟକ୍ତିମାନେ ମେକ୍‌ଅପ୍ ହଟାଇବା ପାଇଁ ବଜାରରେ ମିଳୁଥିବା କେମିକାଲ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର କରିଥାନ୍ତି । ଏହା ଦ୍ୱାରା ଅନେକଙ୍କୁ ଆଲର୍ଜୀ, ଚର୍ମ ଲାଲ ପଡ଼ିଯିବା, ଚର୍ମ ପୋଡ଼ିବା, ରାସେଶ୍ ହେବା ଭଳି ସମସ୍ୟା ଦେଖାଯାଇଥାଏ । ତେଣୁ ଏହି ସବୁ ଅସୁବିଧାରୁ ବର୍ତ୍ତିବା ପାଇଁ ଘରେ ପ୍ରାକୃତିକ ଭାବେ ମେକ୍‌ଅପ୍ ହଟାଇପାରବେ ।

୧. ନଡ଼ିଆ ତେଲ: ପ୍ରତି ଘରେ ନଡ଼ିଆ ତେଲ ସହଜରେ ମିଳିଥାଏ । ମେକ୍‌ଅପ୍ ଉପରେ ଅଳ୍ପ ନଡ଼ିଆ ତେଲ ଲଗାନ୍ତୁ । ଆପଣ ଚାହିଁଲେ ହାଲୁକା ହାତରେ ମସାଜ ମଧ୍ୟ କରିପାରିବେ । କିଛି ସମୟ ପରେ ତୁଳା ସାହାଯ୍ୟରେ ମେକ୍‌ଅପ୍ ପୋଛିଦିଅନ୍ତୁ । ନଡ଼ିଆ ତେଲ ସହଜରେ ତ୍ୱଚା ସଫା କରିବା ସହ ମଇଶ୍ଚରାଇଜ୍ କରିଥାଏ । ମେକ୍‌ଅପ୍ ହଟାଇବା ପରେ ଚେହେରାକୁ ଭଲ ଭାବରେ ଧୋଇଦିଅନ୍ତୁ ।

୨. କ୍ଷୀର: ମେକ୍‌ଅପ୍ ରିମୁଭ କରିବା ପାଇଁ କ୍ଷୀର ଏକ ଉତ୍ତମ ବିକଳ୍ପ । ଏହା ତ୍ୱଚାକୁ ଡିପ୍ କ୍ଲିନ୍ ଏବଂ ମଇଶ୍ଚରାଇଜ୍ କରିଥାଏ । ତେବେ କଞ୍ଚା କ୍ଷୀରରେ ମେକ୍‌ଅପ୍ ହଟାଇବା ଲାଭଦାୟକ ଅଟେ ।

୩. ବାଦାମ ତେଲ: ଆପଣ ଚାହିଁଲେ ତ୍ୱଚାରେ ଡାଇରେକ୍ଟ ବାଦାମ ତେଲ ପ୍ରୟୋଗ କରିପାରିବେ । କିମ୍ବା ଗୋଟିଏ ବଡ଼ ଚାମଚ କ୍ଷୀରରେ ବାଦାମ ତେଲର କିଛି ବୁନ୍ଦା ମିଶାଇ ତୁଳା ସାହାଯ୍ୟରେ ମେକ୍‌ଅପ୍ ହଟାଇପାରିବେ । ଏହା ତ୍ୱଚାକୁ ହାଇଡ୍ରେଟ୍ ରଖିଥାଏ ଏକଂ ଚମକ ଆଣିଥାଏ ।

୪. ଏଲୋଭେରା ଜେଲ୍‌: ମେକ୍‌ଅପ୍ ହଟାଇବା ପାଇଁ ତାଜା ଏଲୋଭେରା ଜେଲ ବ୍ୟବହାର କରିପାରିବେ ।

୫. ଦହି: ଦହିକୁ ମେକ୍‌ଅପ୍ ଉପରେ ଲଗାଇ ହାଲୁକା ହାତରେ ମସାଜ୍ କରନ୍ତୁ । କିଛି ସମୟ ପରେ ଭଲ ଭାବରେ ମୁହଁ ଧୋଇ ଦିଅନ୍ତୁ ।

୬. କାକୁଡ଼ି: ଖରା ଦିନେ ବଜାରରେ ସହଜରେ କାକୁଡ଼ି ଉପଲବ୍ଧ ହୋଇଥାଏ । ମେକ୍‌ଅପ୍ ରିମୁଭ କରିବା ପାଇଁ ଗୋଟିଏ କାକୁଡ଼ିର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ କ୍ଷୀର କିମ୍ବା ଅଲିଭ୍ ତେଲର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ୱଚାରେ ଲଗାଇ ହାଲୁକା ହାତରେ ମସାଜ କରନ୍ତୁ ।

Get real time updates directly on you device, subscribe now.