fbpx

ୱାଶିଂ ମେସିନ୍ ବି ଆପଣଙ୍କ ଜୀବନ ଲାଗି ଆଣିପାରେ ବିପଦ, ବ୍ୟବହାର ସମୟରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣି ନିଅନ୍ତୁ

ୱାଶିଂ ମେସିନ୍ ବ୍ୟବହାର କରିବା ବହୁତ ସହଜ । କିନ୍ତୁ ବହୁ ସମୟରେ ୱାଶିଂ ମେସିନ୍ ବ୍ୟବହାର କରିବା ସମୟରେ ଅସତର୍କତା କାରଣରୁ ଏହା ଆପଣଙ୍କ ଲାଗି ଭୟଙ୍କର ବିପଦ ବି ଆଣିପାରେ । ଲକ୍ଷ୍ନୌରେ ୱାଶିଂ ମେସିନ୍ ବ୍ୟବହାର କରୁଥିବା ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହି ଘଟଣା ପରେ ୱାଶିଂ ମେସିନ୍ ର  ବ୍ୟବହାରକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।
ଲକ୍ଷେ୍ନøରେ ଜଣେ ମହିଳା ୱାଶିଂ ମେସିନ୍ ରେ କପଡା ଧୋଉଥିବା ସମୟରେ ଏହାର ତାର କଟା ରହିଥିବାରୁ ଏଥିରେ କରେଣ୍ଟ ଆସି ଯାଇଥିଲା ଓ ମହିଳାଙ୍କୁ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେଣୁ ୱାଶିଂ ମେସିନ୍ ବ୍ୟବହାର କରିବା ସମୟରେ ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ ।

ଆପଣ ୱାଶିଂ ମେସିନ୍ ସର୍ଭିସିଂ ସମୟରେ ଏହି କଥାର ଧ୍ୟାନ ରଖନ୍ତୁ ଯେ ଏହି ସମୟରେ ଏହାର କୌଣସି ତାର କଟି ନ ଯାଉ କିମ୍ବା ଫାଟି ନ ଯାଉ । ଏପରି ହେଲେ ୱାଶିଂ ମେସିନକୁ କରେଣ୍ଟ ଆସିବାର ସମ୍ଭାବନା ବଢିଯିବ ଏବଂ ଆପଣ ଦୁର୍ଘଟଣାର ଶିକାର ହେବେ ।
ମେସିନ୍ ୟୁଜ୍ କରିବା ବେଳେ ବହୁ ସମୟରେ ମେସିନ୍ କୁ କଣ୍ଟ୍ରୋଲ କରୁଥିବା ବଟନ ଉପରେ ପାଣି ପଡିଯାଏ । ଯଦି ଆପଣ ଏହି କଥାକୁ ଧ୍ୟାନ ଦେଉନାହାନ୍ତି ତେବେ ଆପଣ ବଡ ଭୁଲ୍ କରୁଛନ୍ତି ।
ୱାଶିଂ ମେସିନ୍ ର ସର୍ଭିସିଂ ସର୍ବଦା ଦକ୍ଷ ଟେକ୍ନିସିଆନଙ୍କ ଦ୍ୱାରା କରାନ୍ତୁ । ଅନଭିଜ୍ଞ ଟେକନିସିଆନ୍ ବହୁ ସମୟରେ ମେସିନ୍ ମଧ୍ୟରେ ଥିବା ତାରରେ ସେଲୋ ଟେପ୍ ଲଗାଇବାକୁ ଭୁଲି ଯାଇଥାଏ । ଏହା ସହିତ ବହୁ ସମୟରେ ମୋଟରର ପେଚକଣ୍ଟାକୁ ବି ଠିକ୍ ଭାବରେ ଭିଡି ନ ଥାଏ । ଏପରି ସ୍ଥିତିରେ ୱାଶିଂ ମେସିନ୍ ୟୁଜ୍ କରିବା ସମୟରେ ଦୁର୍ଘଟଣାର ସମ୍ଭାବନା ବହୁତ ବଢିଯାଏ ।

Get real time updates directly on you device, subscribe now.