fbpx

ଟିକା ନେଲେ ମିଳିବ ବିୟର୍ ଓ ଗଞ୍ଜେଇ; ଜାଣନ୍ତୁ କେଉଁଠି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଏକ ପ୍ରଗତି ରାଷ୍ଟ୍ର କୁହାଯାଉଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଥମେ ଦେଇଥିଲେ ଏକ ଅଫର୍- ଟିକା ନେଲେ ମାଗଣାରେ ମିଳିବ ବିୟର । ଏଭଳି ଘୋଷଣା କରିବା ପରେ ସାରା ବିଶ୍ୱରେ ହୋଇଥିଲା ଚର୍ଚ୍ଚା । କିନ୍ତୁ ସେତିକିରେ ଅଟକିନି ଏଇ ଦେଶ । ସମ୍ପ୍ରତି ବିୟର୍ ଅଫର୍ ପରେ ପରେ ଏବେ ଗଞ୍ଜେଇ ସିଗାରେଟ୍ ଦିଆଯିବ ବୋଲି କୁହାଯାଇଛି ।

ଅଧିକ ପଢ଼ନ୍ତୁ…

କରୋନା ଟିକା ନେଲେ ମିଳୁଛି ବିରିୟାନୀ ଓ ଗିଫ୍ଟ

ସୂଚନା ଅନୁସାରେ ୨୧ ବର୍ଷରୁ ଅଧିକ ବୟସର ଯେକୌଣସି ଆମେରିକା ନାଗରିକ କୋଭିଡ୍ ଟିକା ନେଲେ ମାଗଣାରେ ଗଞ୍ଜେଇ ସିଗାରେଟ୍ ପାଇବାକୁ ହକଦାର୍ ବୋଲି ନିୟୁର୍କ ଟାଇମ୍ସ ରେ ପ୍ରକାଶ ପାଇଛି । ଏହି ଖବର ପ୍ରକାଶ ପାଇବା ପରେ ସାରା ବିଶ୍ୱରେ ପୁଣି ଏକ ଚର୍ଚ୍ଚା ଜୋର୍ ଧରିଛି । ଟିକା ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି କିନ୍ତୁ ଏହି ଅଭିନବ ପ୍ରୟାସକୁ ନେଇ ଚର୍ଚ୍ଚା ସବୁଠି ।

ଅଧିକ ପଢ଼ନ୍ତୁ…

ଟିକା ଦେଲେ ମାଗଣାରେ ବିୟର୍ ମିଳିବ

ଟିକାକରଣର ପ୍ରଚାର-ପ୍ରସାର ପାଇଁ ଏଭଳି ଅଭିଯାନ ୱାଶିଂଟନରେ ଆସନ୍ତା ଜୁଲାଇ ୧୨ ପର୍ଯ୍ୟନ୍ତ ଚାଲିବ ବୋଲି ଆମେରିକାର ଅବକାରୀ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ୨୧ବର୍ଷରୁ ଅଧିକ ବୟସର ନାଗରିକ ପ୍ରଥମ ବା ଦ୍ୱିତୀୟ ଟିକା ନେବା ପରେ ଅଫର୍ ମିଳିବା ପାଇଁ ଖୁଚୁରା ଗଞ୍ଜେଇ ବିକ୍ରେତାଙ୍କୁ ମଧ୍ୟ ଅନୁମତି ମିଳିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.