ଭାରତରେ ମାତ୍ର ଏତିକି ଟଙ୍କାରେ ଉପଲବ୍ଧ ହେବ ଓଜନ ହ୍ରାସ ଔଷଧ Wegovy, ଜାଣନ୍ତୁ ଏହାର ମୂଲ୍ୟ

ଓଜନ ହ୍ରାସ ଔଷଧ ଏବେ ଭାରତରେ ମାତ୍ର ଏତିକି ଟଙ୍କାରେ ଉପଲବ୍ଧ, ଜାଣନ୍ତୁ ମୂଲ୍ୟ

ନୂଆଦିଲ୍ଲୀ: ଡେନମାର୍କ ଔଷଧ ନିର୍ମାତା ନୋଭୋ ନରଡିସ୍କର ଓଜନ ହ୍ରାସ ଔଷଧ ୱେଗୋଭି (ସେମାଗ୍ଲୁଟାଇଡ୍) ଏବେ ଭାରତରେ ଉପଲବ୍ଧ ହୋଇଛି। ଏହାର ମୂଲ୍ୟ ୧୭,୩୪୫ ଟଙ୍କା ରହିଛି। ୱେଗୋଭିର ମୂଲ୍ୟ ଭାରତରେ ୧୭,୩୪୫ ଟଙ୍କାରୁ ୨୬,୦୧୫ ଟଙ୍କା ପର୍ଯ୍ୟନ୍ତ ରହିଛି।

ଏହି ଓଜନ ହ୍ରାସ ଔଷଧ ସପ୍ତାହରେ ଥରେ ନିଆଯାଇପାରିବ। ଏହି ଔଷଧ ଇଞ୍ଜେକ୍ସନ ମାଧ୍ୟମରେ ନେବାକୁ ପଡିବ। ୱେଗୋଭି ୫ଟି ଭିନ୍ନ ଡୋଜରେ ଉପଲବ୍ଧ ହେବ – ୦.୨୫, ୦.୫, ୧, ୧.୭ ଏବଂ ୨.୪ mg ରେ ଉପଲବ୍ଧ ହେବ।

ଏଥିସହ ଏହା Long-Term Chronic Weight Management ଏବଂ Major Adverse Cardiovascular Eventsର ବିପଦ ହ୍ରାସ ପାଇଁ ଏହା ନିର୍ଦ୍ଧାରିତ କରାଯିବ।

ଡାକ୍ତରଙ୍କ ପରାମର୍ଶ ବିନା ଓଜନ ହ୍ରାସ ଔଷଧ ସେବନ କରନ୍ତୁ ନାହିଁ: ନୋଭୋ ନରଡିସ୍କ ଇଣ୍ଡିଆର ଏମଡି ବିକ୍ରାନ୍ତ ଶ୍ରୋତ୍ରିୟା କହିଛନ୍ତି ଯେ, ମୋଟାପା ଏକ ଦୀର୍ଘକାଳୀନ ରୋଗ ଏବଂ ଏକ ଜାତୀୟ ମହାମାରୀ ଅଟେ।

ସେ ଆହୁରି କହିଛନ୍ତି, “ୱେଗୋଭି ଏକ ବିଶ୍ୱସ୍ତରୀୟ, ଅତ୍ୟାଧୁନିକ ପେନ୍ ଡିଭାଇସର ସୁବିଧା ସହ ଏକ ପରିବର୍ତ୍ତନକାରୀ ଚିକିତ୍ସାମୂଳକ ସମାଧାନ।”

ଏହି ଔଷଧ 30ରୁ ଅଧିକ BMI ରୋଗୀ, 27 ରୁ ଅଧିକ BMI ରୋଗୀ ଏବଂ ପୂର୍ବରୁ ଥିବା Co-morbidities ଥିବା ରୋଗୀମାନଙ୍କୁ ଦିଆଯାଇପାରିବ। ଏହି ଔଷଧ ଡାକ୍ତରଙ୍କ ପରାମର୍ଶ ବିନା ସେବନ କରିବା ଉଚିତ୍ ନୁହେଁ।