fbpx

ମନ୍ତ୍ରୀ ଭାବେ ମନୋନୀତ ହେବା ପରେ କ’ଣ କହିଲେ ବିକ୍ରମ ଆରୁଖ ? ଜାଣନ୍ତୁ 

Advertisement

ଭୁବନେଶ୍ୱର: ରାଜ୍ୟରେ କିଛି ଦିନନ ହେବ ଚାଲିଥିବା କଳ୍ପନା ଜଳ୍ପନାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ତିନି ନୂଆ ମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି, ସେମାନେ ହେଉଛନ୍ତି ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ, ବିଧାୟକ ଶାରଦା ନାୟକ ଏବଂ ସୁଦାମ ମାର୍ଣ୍ଡି । ୩ ଜଣ କାଲି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ସମ୍ଭାବନା ରହିଛି ।

ମନ୍ତ୍ରୀ ଭାବେ ମନୋନୀତ ହେବା ପରେ ବିକ୍ରମ ଆରୁଖ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।  ସେ କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ନବୀନଙ୍କ ନିକଟରେ ମୁଁ ଚିର କୃତଜ୍ଞ । ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ବ ଦେବେ, ନିଷ୍ଠାର ସହ ତୁଲାଇବି । ମୁଖ୍ୟମନ୍ତ୍ରୀଙ୍କ ଜନପ୍ରିୟତା ବୃଦ୍ଧି ପାଇଁ ଉଦ୍ୟମ କରିବି ।’ ୩ ଜଣ କାଲି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ସମ୍ଭାବନା

ତେବେ ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ବିକ୍ରମ ଆରୁଖ ଗତ ୧୨ ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ୬ଥର ବିଧାୟକ ହୋଇଛନ୍ତି । ୧୯୯୫ ମସିହାରୁ ଲଗାତର ଭାବେ ନିର୍ବାଚନ ଜିତି ଆସୁଛନ୍ତି ।

ପୂର୍ବରୁ ସୁଦାମ ମାର୍ଣ୍ଡି କ୍ରୀଡ଼ା, ଜନଜାତି ଏବଂ ରାଜସ୍ୱ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ସେ ବର୍ତ୍ତମାନ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି ।

ଶାରଦା ନାୟକ ୨୦୧୧-୧୨ରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ । ୨୦୦୪ରେ ପ୍ରଥମଥର ବିଧାୟକ ହୋଇଥିଲେ । ସେ ବର୍ତ୍ତମାନ ରାଉରକେଲା ବିଧାୟକ ଅଛନ୍ତି । ଆସନ୍ତାକାଲି ଏହି ତିନି ନୂଆ ମନ୍ତ୍ରୀ ରାଜଭବନରେ ଶପଥ ଗ୍ରହଣ କରିବେ ।

Get real time updates directly on you device, subscribe now.