ନୂଆଦିଲ୍ଲୀ: କୌଣସି କମ୍ପାନୀ ପ୍ରଥମ ଥର ନିଜ ଶେୟାର ଜନସାଧାରଣଙ୍କ ପାଇଁ ପ୍ରଦାନ କରିଥିଲେ ତାକୁ ଇନିସିଆଲ ପବ୍ଲିକ ଅଫରିଙ୍ଗ୍(IPO ) କୁହାଯାଏ । ପଞ୍ଜିକୃତ କମ୍ପାନୀଗୁଡ଼ିକ ଶେୟାର ବଜାରରେ ତାଲିକାଭୁକ୍ତ ହେବା ପାଇଁ IPO ଜାରି କରିଥାନ୍ତି । ଶେୟାର ବଜାରରେ ତାଲିକାଭୁକ୍ତ ହେବା ପରେ କମ୍ପାନୀର ଶେୟାର ଗୁଡ଼ିକ ଶେୟାର ବଜାରରୁ କିଣାଯାଇ ପାରିବ । ପୁଞ୍ଜି ବିନିଯୋଗ ବା କମ୍ପାନୀ ବିସ୍ତାର କ୍ଷେତ୍ରରେ କୌଣସମି କମ୍ପାନୀ ତରଫରୁ IPO ଜାରି କରାଯାଇଥାଏ । ଏହି IPO ଜାରି କରିବାର ୨ଟି ମୁଖ୍ୟ କାରଣ ହେଉଛି ପୁଞ୍ଜି ସଂଗ୍ରହ ଏବଂ ପୂର୍ବ ନିବେଶକମାନଙ୍କୁ ସମୃଦ୍ଧ କରିବା ।
ସାଧାରଣତଃ IPO ଦୁଇ ପ୍ରକାର:
୧. Fixed Price IPO: ଏହାକୁ Issue Price ମଧ୍ୟ କୁହାଯାଇପାରିବ । କିଛି କମ୍ପାନୀ ଶେୟାର ଗୁଡ଼ିକର ପ୍ରାରମ୍ଭକ ବିକ୍ରି ପାଇଁ ଏହି IPO ସ୍ଥିର କରିଥାନ୍ତି । ଏହା ଦ୍ୱାରା କମ୍ପାନୀ ସାର୍ବଜନୀନ କରିବାକୁ ଚାହୁଁଥିବା ଶେୟାର ମୂଲ୍ୟ ବିଷୟରେ ନିବେଶକମାନଙ୍କୁ ସୂଚନା ମିଳିଥାଏ । Issue Price ବନ୍ଦ ହେଲା ପରେ ବଜାରରେ ଶେୟାରର ଚାହିଦା ବିଷୟରେ ଜଣା ପଡ଼ିଥାଏ । ଯଦି କୌଣସି ନିବେଶକ IPOରେ ଅଂଶୀଦାର ହୁଅନ୍ତି ତେବେ ସେମାନଙ୍କୁ ଆବେଦନ କରିବା ପୂର୍ବରୁ ଶେୟାର ସମ୍ପୂର୍ଣ୍ଣ ମୂଲ୍ୟ ଦେବାକୁ ପଡ଼ିଥାଏ ।
୨.Book Building IPO: ଏଥିରେ IPO ଆରମ୍ଭ କରୁଥିବା କମ୍ପାନୀ ଗୁଡ଼ିକର ନିବେଶକମାନଙ୍କୁ ଶେୟାର ଉପରେ ୨୦%ର Price Band ପ୍ରଦାନ କରାଯାଇଥାଏ । ଇଚ୍ଛୁକ ନିବେଶକମାନେ ଶେୟାରର ଶେଷ ମୂଲ୍ୟ ନିର୍ଧାରିତ ହେଲା ପୂର୍ବରୁ ଶେୟାର ଉପରେ ବିଡ୍ ରଖିଥାନ୍ତି । ଏହି ସ୍ଥିତିରେ ନିବେଶକମାନେ କିଣିବାକୁ ଚାହୁଁଥିବା ଶେୟାରର ସଂଖ୍ୟା ଓ ପ୍ରତି ଶେୟାର ପିଛା ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ ।
ଶେୟାର ଗୁଡ଼ିକର ସର୍ବନିମ୍ନ ମୂଲ୍ୟକୁ ଫ୍ଲୋର ପ୍ରଇସ୍ ଏବଂ ସର୍ବାଧିକ ମୂଲ୍ୟକୁ କୈପ୍ ପ୍ରାଇସ୍ କୁହାଯାଏ । ତେବେ ଶେୟାର ସମ୍ବମନ୍ଧୀୟ ମୂଲ୍ୟର ଚୁଡ଼ାନ୍ତ ନିଷ୍ପତ୍ତି ନିବେଶକଙ୍କ ବିଡ୍ ଦ୍ୱାରା ଧାର୍ଯ୍ୟ କରାଯାଇଥାଏ । IPOରେ ନିବେଶ କରିବା ପାଇଁ ବ୍ୟକ୍ତିଙ୍କ ପାଖରେ Demat Account ଥିବା ଜରୁରୀ । କୌଣସି ବ୍ରୋକିଂ ଫର୍ମ ମାଧ୍ୟମରେ ଏହି ଆକାଉଣ୍ଟ ଖୋଲି ପାରିବା । IPO ଜାରି କରୁଥିବା କମ୍ପାନୀ ଗୁଡ଼ିକ ନିବେଶକମାନଙ୍କ ପାଇଁ ୩-୪ ଦିନ ପର୍ଯ୍ୟନ୍ତ ଏହାର IPO ଖୋଲା ରଖିଥାଏ । ଏହି ୩ ଦିନ ମଧ୍ୟରେ ନିବେଶକମାନେ କମ୍ପାନୀ ସାଇଟ୍ ବା ଦଲାଲମାନଙ୍କ ସାହାଯ୍ୟରେ IPOରେ ବିନିଯୋଗ କରିପାରିବେ ।