fbpx

କଣ ଏହି ଟୁ-ଫିଙ୍ଗର୍ ଟେଷ୍ଟ୍? ଦୁଷ୍କର୍ମ ପୀଡ଼ିତା ଆଇଏଫଏସ୍ କର୍ମୀଙ୍କ ଅଭିଯୋଗ ପରେ ସରଗରମ ମାହୋଲ

ନୂଆଦିଲ୍ଲୀ: ବାୟୁସେନାର ମହିଳା ଅଧିକାରୀଙ୍କୁ ଦୁଷ୍କର୍ମ ଓ ଡାକ୍ତର ମାନଙ୍କ ପକ୍ଷରୁ ଟୁ-ଫିଙ୍ଗର୍ ଟେଷ୍ଟ୍ ପରେ ମାହୋଲ ସରଗରମ ରହିଛି । ଏହି ମାମଲାରେ ଏବେ ଜାତୀୟ ମହିଳା ଆୟୋଗ ପ୍ରତିକ୍ରିୟା ରଖିଛନ୍ତି । ଆୟୋଗ ପକ୍ଷରୁ ଏହି ଘଟଣାରେ ଅସନ୍ତୁଷ୍ଟ ପ୍ରକାଶ କରି କହିଛନ୍ତି ଯେ, ବାୟୁସେନାର ହିଁ ଡାକ୍ତର ମାନଙ୍କ ପକ୍ଷରୁ ଟୁ-ଫିଙ୍ଗର୍ ଟେଷ୍ଟ୍ କରାଯିବା ମହିଳା ଅଧିକାରୀଙ୍କ ଗାରିମା ଓ ତାଙ୍କ ସମ୍ମାନ ପ୍ରତି ହାନି ପହଞ୍ଚାଇବା ସହ ସମାନ । ଏହା ସୁପ୍ରିମକୋର୍ଟ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ବିରୋଧରେ ମଧ୍ୟ ଯାଉଛି । ଏଭଳି ଟେଷ୍ଟକୁ ରୋକିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି । ତେବେ ଏହି ମାମଲାରେ ଫୀଡ଼ିତା ମହିଳା ଅଧିକାରୀ କହିଛନ୍ତି ଯେ, ତାଙ୍କର ଦୁଷ୍କର୍ମ ହୋଇଥିବା ବେଳେ ଡାକ୍ତର ମାନେ ଏହା ସତ କି ମିଛ ଜାଣିବା ପାଇଁ ଟୁ-ଫିଙ୍ଗର୍ ଟେଷ୍ଟ କରିଥିଲେ । ଯାହାକି ଖୁବ୍ ଲଜ୍ଜାଜନକ ।

ତେବେ ୨୦୧୪ ମସିହାରେ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ମଧ୍ୟ ଟୁ-ଫିଙ୍ଗର୍ ଟେଷ୍ଟକୁ ଅବୈଜ୍ଞାନିକ ବୋଲି ଦର୍ଶାଇଥିଲେ । ଏଥିସହିତ ସୁପ୍ରିମକୋର୍ଟ ପକ୍ଷରୁ ବି ଏହାଉପରେ ନିଷେଧାଦେଶ ଲଗାଯାଇଛି । ଏପରି ସ୍ଥଳେ ମହିଳା ଆୟୋଗ ପକ୍ଷରୁ କୁହାଯାଇଛି ଯେ, ବାୟୁସେନାର ଡାକ୍ତର ମାନଙ୍କୁ ଗାଇଡଲାଇନ୍ ସମ୍ପର୍କରେ ଅବଗତ କରାଯିବା ଦରକାର । ଏହା ବ୍ୟତୀତ ପାକିସ୍ତାନ ହାଇକୋର୍ଟ ମଧ୍ୟ ଏହି ଟେଷ୍ଟକୁ ଅସାମ୍ବିଧାନିକ ବୋଲି ଦର୍ଶାଇଛନ୍ତି ।

ତେବେ ଏହି ଟୁ-ଫିଙ୍ଗର୍ ଟେଷ୍ଟ୍ କଣ? ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ରହିଛି । ତେବେ ଚାଲନ୍ତୁ ଜାଣିବା କଣ ଏହି ଟୁ-ଫିଙ୍ଗର୍ ଟେଷ୍ଟ୍ । ପ୍ରକୃତରେ ଏହି ଟେଷ୍ଟ ହେଉଛି ଏକ ମାନୁଆଲ୍ ପ୍ରକ୍ରିୟା । ଏଥିରେ ଡାକ୍ତର ମାନେ ପୀଡ଼ିତାଙ୍କ ପ୍ରାଇଭେଟ୍ ପାର୍ଟରେ ଦୁଇଟି ଆଙ୍ଗୁଠିକୁ ପଶାଇ ଟେଷ୍ଟ କରନ୍ତି ଯେ, ସେ ଭର୍ଜିନ୍ କି ନୂହେଁ । ଯଦି ଆଙ୍ଗୁଠି ସହଜରେ ପଶି ଯାଉଛି ତେବେ ଜଣାଯିବ ଯେ, ସେ ସେକ୍ସୁଆଲି ଆକ୍ଟିଭ୍ ରହିଛନ୍ତି ବା ପୂର୍ବରୁ ସମ୍ବନ୍ଧ ରଖିଚନ୍ତି । ତେବେ ଏହି ପ୍ରସଙ୍ଗରେ ପୂର୍ବରୁ ଅନେକ ସ୍ତରରେ ଆଲୋଚନା ହୋଇଛି । ଏହାପରେ ପୀଡ଼ିତାଙ୍କ ଗାରିମା ବିରୋଧରେ ଯାଉଛି । ଆହୁରି ମଧ୍ୟ, ଏହି ପ୍ରକ୍ରିୟାରେ ରେପ୍ ହୋଇଛି କି ନାହିଁ ତାହା ଜାଣିବା କଷ୍ଟକର ।

Get real time updates directly on you device, subscribe now.