fbpx

ରତନ ଟାଟାଙ୍କ ଜାତକରେ କେଉଁ ଯୋଗ ଥିଲା? ଯାହା ପାଇଁ ସେ ହୋଇଗଲେ ଏତେ ବଡ଼ ଧନୀ

ନୂଆଦିଲ୍ଲୀ: ରତନ ଟାଟା ଦେଶର ସଫଳ ବ୍ୟବସାୟୀ ଏବଂ କୁଶଳୀ ଶିଳ୍ପପତି ଥିଲେ। ଏହା ବ୍ୟତୀତ ସେ ଜଣେ ଭଲ ବ୍ୟକ୍ତି ଥିଲେ, ସେ ଭାରତକୁ ଦୃଢ କରିବାକୁ ଚାହୁଁଥିଲେ। ରତନ ଟାଟା ସରଳ ଏବଂ ସଚ୍ଚୋଟ ଥିଲେ। ବୁଧବାର ୯ ଅକ୍ଟୋବର ୨୦୨୪ ରାତି ପାଖାପାଖି ୧୧ଟା ୩୦ରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ରତନ ଟାଟାଙ୍କ ପରଲୋକ ଘଟିଥିଲା। ରତନ ଟାଟାଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାଡା ଖେଳିଯାଇଛି।

ରତନ ଟାଟା ନିଜ ଜୀବନରେ ଅନେକ ସଫଳତା ହାସଲ କରିଥିଲେ। ଟାଟା ଗ୍ରୁପକୁ ସେ ବହୁ ଉଚ୍ଚତାକୁ ନେଇଯାଇଥିଲେ। ଏଥିସହ ନିଜ ସରଳ ଭାବନା ଏବଂ ବ୍ୟବହାରରେ ସେ ସମସ୍ତଙ୍କ ହୃଦୟ ଜିତିପାରୁଥିଲେ। ହେଲେ ଲୋକଙ୍କ ମନରେ ଗୋଟିଏ କଥା ରହିଛି ଯେ, ଯଦି ସେ ଏତେ ସଫଳ ହୋଇଛନ୍ତି ତେବେ ସେ ବାହା ହେଲେନି କାହିଁକି।

ଇଣ୍ଟରନେଟରେ ଥିବା ରତନ ଟାଟାଙ୍କ ଜାତକରେ ଅନେକ ଶୁଭ ଯୋଗ ଥିଲା, ଯେଉଁ କାରଣରୁ ସେ ଏକ ସଫଳ ଶିଳ୍ପପତି ହୋଇପାରିଥିଲେ। ହେଲେ କିଛି ଗ୍ରହର ଏପରି ଯୋଗ ଥିଲା ଯେଉଁଥିପାଇଁ ସେ ବିବାହ କରିପାରିନଥିଲେ।

ସୂଚନାନୁଯାୟୀ, ରତନ ଟାଟାଙ୍କ ଜନ୍ମ ୨୮ ଡିସେମ୍ବର ୧୯୩୭ରେ ମୁମ୍ବାଇରେ ସକାଳ ୬ଟା ୩୦ ମିନିଟରେ ହୋଇଥିଲା। ଏହିପରି ତାଙ୍କ ଜନ୍ମ ଜାତକ ଧନୁ ଲଗ୍ନ ଏବଂ ତୁଳା ରାଶିରେ ହୋଇଥିଲା। ଲଗ୍ନରେ ସୂର୍ଯ୍ୟ, ବୁଧ ଏବଂ ଶୁକ୍ର ବହୁତ ଶୁଭ ସ୍ଥିତିରେ ବସିଥିଲେ। ସେହିପରି ଗୁରୁ ଧନରେ ଏବଂ ମଙ୍ଗଳ ତୃତୀୟ ଭାଗରେ ଥିଲେ। ଶନିଙ୍କ ସ୍ଥିତି ଚତୁର୍ଥ ଭାଗ, ଚନ୍ଦ୍ରମା ଏକାଦଶୀ ଏବଂ ରାହୁ କେତୁ ଛଅ ଭାଗରେ ରହି ଭଲ ସମୀକରଣ କରୁଥିଲେ।

ଜ୍ୟେତିଷଶାସ୍ତ୍ରୀ ଅନିଷ ବ୍ୟାସଙ୍କ ଅନୁଯାୟୀ, ରତନ ଟାଟାଙ୍କ ଲଗ୍ନ ଜାତକରେ ବୁଧାଦିତ୍ୟ ଯୋଗ ଥିଲା। ଜ୍ୟେତିଷଙ୍କ ଅନୁଯାୟୀ, ଏହାକୁ ପାରସ ପଥର ଭଳି ଯୋଗର ସଂଜ୍ଞା ଦିଆଯାଇଥାଏ। ଏହି ଯୋଗର ସ୍ୱାମୀ ଯଦି ମାଟିକୁ ଛୁଅନ୍ତି ତାହା ସୁନା ହୋଇଯାଏା ଅର୍ଥାତ ସେ ଯେଉଁ କାର୍ଯ୍ୟ ହାତକୁ ନିଅନ୍ତି, ତାହା ଦ୍ୱିଗୁଣା ସଫଳ ହୋଇଥାଏ।

ଜ୍ୟେତିଷଶାସ୍ତ୍ରୀ ଅନିଷ ବ୍ୟାସ କହିଛନ୍ତି ଯେ, ରତନ ଟାଟାଙ୍କ ଜାତକରେ ବୈବାହିକ ଜୀବନର ସ୍ୱାମୀ ବୁଧଙ୍କ ଉପରେ ଶନିଙ୍କ ବକ୍ର ଦୃଷ୍ଟି ପଡିବା କାରଣରୁ ବୈବାହିକ ଯୋଗ ହେଉନାହିଁ। ସେହିପରି ଜାତକର ସପ୍ତମ ଭାବରେ ସୂର୍ଯ୍ୟରେ ଦୃଷ୍ଟି ରହିଛି। ଗ୍ରହର ଏଭଳି ସ୍ଥିତିକୁ ଜ୍ୟେତିଷରେ ବିଚ୍ଛେଦର କାରଣ କୁହାଯାଇଛି।

ଗ୍ରହର ଏପରି ସ୍ଥିତିରେ ଯଦି ବିବାହ ହେଉଛି ତେେବେ କୌଣସି ନା ନୌଣସି କାରଣରୁ ବିବାହ ଭାଙ୍ଗିଯାଇଥାଏ ବା ଛାଡପତ୍ର ଭଳି ପରିସ୍ଥିତି ଦେଖାଦେଇଥାଏ। ନବମାଂଶ ଜାତକର ସପ୍ତମ ନମ୍ବର ଘରେ ଶନିଙ୍କ ବକ୍ର ଦୃଷ୍ଟି ଏବଂ ଏପରି ଭାଗରେ ଶୁକ୍ର ଉପରେ ମଙ୍ଗଳର ଦୃଷ୍ଟି ହେବାର କାରଣ ରତନ ଟାଟାଙ୍କ ବିବାହ ହୋଇନାହିଁ

Get real time updates directly on you device, subscribe now.