fbpx

ହ୍ୱାଟସଆପ୍ ୟୁଜର୍ସଙ୍କୁ ବଡ଼ ଝଟକା, ବ୍ୟାନ୍ ହେଲା ୨୦ ଲକ୍ଷରୁ ଅଧିକ ଲୋକଙ୍କ ଆକାଉଣ୍ଟ୍

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପ୍ ଏବେ ନୁତନ ଆଇଟି ନିୟମର ଅନୁପାଳନ କରିବା ଆରମ୍ଭ କରି ଦେଇଛି । ଏହି ଆଧାରରେ ହ୍ୱାଟସଆପ୍ ପକ୍ଷରୁ ୨୦ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ବ୍ୟାନ୍ କରିଦିଆଯାଇଛି । କମ୍ପାନୀ ପାଖକୁ ଅଗଷ୍ଟ ମାସରେ ୪୨୦ଟି ଅଭିଯୋଗ ସହ ଜଡ଼ିତ ରିପୋର୍ଟ ମିଳିଥିଲା । ଏହା ଉପରେ ତଦନ୍ତ କରାଯାଇ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ହ୍ୱାଟସଆପ୍ ନିଜର ଅନୁପାଳନ ରିପୋର୍ଟରେ ଏନେଇ ସୂଚନା ଦେଇଛି । ଭାରତରେ ଜୁନ୍ ୧୬ରୁ ଜୁଲାଇ ୩୧ ତାରିଖ ମଧ୍ୟରେ କେବଳ ୪୬ ଦିନ ଭିତରେ ୩ ଲକ୍ଷ ୨୭ ହଜାରରୁ ଅଧିକ ଲୋକଙ୍କ ଆକାଉଣ୍ଟକୁ ବ୍ୟାନ୍ କରିଦେଇଛି ।

ସେହିପରି ହ୍ୱାଟସଆପ୍ ନିଜର ତାଜା ରିପୋର୍ଟରେ କହିଛି ଯେ, କମ୍ପାନୀ ପକ୍ଷରୁ ଅଗଷ୍ଟ ମାସରେ ୨୦ ଲକ୍ଷ ୭୦ ଜହାର ଭାରତୀୟଙ୍କ ଆକାଉଣ୍ଟ୍ କୁ ବ୍ୟାନ୍ କରିଛି । ଅନ୍ୟପଟେ ଫେସବୁକ୍ ୩.୧୭ କୋଟି କଣ୍ଟେଣ୍ଟ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତର ବ୍ୟବହାରୀକାରୀଙ୍କ ପାଖରୁ ଅନେକ ପ୍ରକାରର ଅଭିଯୋଗ ଆସିଥିଲା । ଫେସବୁକ୍ କଥା କହିବା ତେବେ ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀ ତିନି କୋଟିରୁ ଅଧିକ ସ୍ପାମ୍ କଣ୍ଟେଣ୍ଟ୍, ହିଂସା କଣ୍ଟେଣ୍ଟ ୨୬ ଲକ୍ଷ, ୨୦ ଲକ୍ଷ ଅଶ୍ଳୀଳ କଣ୍ଟେଣ୍ଟ୍ କୁ ଡିଲିଟ୍ କରାଯାଇଛି ।

Get real time updates directly on you device, subscribe now.