fbpx

ଟାଇପ୍ ନକରି ପଠାଇ ପାରିବେ ହ୍ୱାଟ୍ସଆପ୍ ମେସେଜ୍; ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଯୁବପିଢିଙ୍କ ନିକଟରେ ହ୍ୱାଟ୍ସଆପ୍ ସବୁଠାରୁ ଅଧିକ ପ୍ରସିଦ୍ଧ । ତେବେ ଏହି ଆପ ଯୁବ ପିଢିଙ୍କ ପାଇଁ ଏକ ନୂତନ ଫିଚର ଯୋଗ କରିଛି । ଏଣିକି ବିନା ଟାଇପ କରି ପଠାଇ ହେବ ହ୍ୱାଟ୍ସଆପ୍ ମେସେଜ୍ । ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ପାଇଁ ଏହି ସେବା ଉପଲବ୍ଧ ରହିଥାଏ । ଯଦି ଆପଣ ଟାଇପ୍ କରିବା ପରସ୍ଥିତିରେ ନାହାନ୍ତି ତେବେ ଏହି ସେବାର ଲାଭ ଉଠାଇ ପାରିବେ । ଏପରିକି ବିନା ମୋବାଇଲ ଖୋଲି ମେସେଜ୍ ମଧ୍ୟ ପଢି ହେବ । ଆଣ୍ଡ୍ରଏଡ ପାଇଁ ଗୁଗୁଲ ଆସିଷ୍ଟାଣ୍ଟ ଓ ଆଇଓଏସ୍ ପାଇଁ ସିରି ସହାୟତାରେ ଏହି ସୁବିଧାର ଲାଭ ଉଠାଯାଇ ପାରିବ ।

କେମିତି କରିବେ ମେସେଜ୍: ଆପଣ ଆଣ୍ଡ୍ରଏଡ ବ୍ୟବହାରକାରୀ ହୋଇଥିଲେ ଫୋନରେ Hey Google ବା Okay Google କୁହନ୍ତୁ । ଯଦି ଆପଣ ଆଇଓଏସ ବ୍ୟବହାର କରନ୍ତି ତେବେ ହେଲୋ ସିରି କହିବେ । ଫୋନର ହୋମ ବଟନରେ ମଧ୍ୟ ଏହି ସେବା ପାଇ ପାରିବେ । ଏହାପରେ ଇଂରାଜୀ ଅଥବା ନିଜ ଦ୍ୱାରା ଚୟନ କରାଯାଇଥିବା ଭାଷାରେ ଆପଣଙ୍କ ହ୍ୱାଟ୍ସଆପ୍ କଣ୍ଟାକ୍ଟର କାହାକୁ ବି ମେସେଜ ପଠାଇ ପାରିବେ । ମେସେଜରେ କଣ ଲେଖାଯିବ ପଚାରିବା ପରେ ଆପଣଙ୍କ ମେସେଜ ପ୍ରସ୍ତୁତ ହେଇଯିବ । ଏହାପରେ ଆପଣ Okay, send it କହିଲେ ମେସେଜ୍ ଡେଲିଭର ହେଇଯିବ ।

Get real time updates directly on you device, subscribe now.