PM Kisan Yojana: ଆକାଉଣ୍ଟକୁ କେବେ ଆସିବ ୨୦ତମ କିସ୍ତିର ଟଙ୍କା, କିପରି ଚେକ୍ କରିବେ ନିଜ ନାମ

କେବେ ଖାତାକୁ ଆସିବ ପିଏମ କିଶାନ ଯୋଜନାର ଟଙ୍କା, ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଫେବୃଆରୀ ୨୦୨୯ରେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଦ୍ଧି ଯୋଜନାର ଆରମ୍ଭ କରିଥିଲେ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କୃଷକଙ୍କୁ ଆର୍ଥିକ ସାହାଯ୍ୟ କରିବା।

ଯାହା ଦ୍ୱାରା କୃଷକଙ୍କ ଖର୍ଚ୍ଚ କମ ହୋଇପାରିବ ଏବଂ ତାଙ୍କ ରୋଜଗାରରେ ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ମୋଦୀ ଗତଥର ୨୪ ଫେବୃ।।ରୀ, ୨୦୨୫ରେ ବିହାର ଗସ୍ତରେ ପିଏମ କିଶାନ ଯୋଜନାର ୧୯ତମ କିସ୍ତି ଜାରି କରିଥିଲେ।

ବର୍ତ୍ତମାନ ସାରା ଦେଶର କୋଟି କୋଟି କୃଷକ ପିଏମ କିଶାନ ଯୋଜନାର ୨୦ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି।

ମିଡିଆ ରିପୋର୍ଟସ ମୁତାବକ, ପିଏମ କିଶାନ ଯୋଜନାର ୨୦ତମ କିସ୍ତି ଶୁକ୍ରବାର, ୨୦ ଜୁନରେ ଜାରି କରାଯିବ। ବର୍ତ୍ତମାନ ଅଫିସିଆଲ ଭାବେ ଏହି ତାରିଖର ଘୋଷଣା କରାଯାଇ ନାହିଁ।୨୦ତମ କିସ୍ତି ଜାରି ହେବା ପୂର୍ବରୁ ଏହାର ଘୋଷଣା କରାଯିବ।

ପିଏମ କିଶାନର ଲିଷ୍ଟରେ କିପରି ଚେକ୍ କରିବେ ଆପଣଙ୍କ ନାମ:
-ପିଏମ କିଶାନର ଅଫିସିଆଲ ୱେବସାଇଟ https://pmkisan.gov.in/..କୁ ଯିବେ।
– ‘Beneficiary List’ ଲେଖାଯାଇଥିବା ବକ୍ସ ଉପରେ କ୍ଲିକ୍ କରନ୍ତୁ।
-ବର୍ତ୍ତମାନ ନିଜ ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଏବଂ ଗାଁ ଚୟନ ଏବଂ .. ଉପରେ କ୍ଲିକ୍ କରନ୍ତୁ।
-ଆପଣଙ୍କ ସ୍କ୍ରିନ ଉପରେ ସମସ୍ତ ଲାଭାର୍ଥୀଙ୍କ ସମସ୍ତ ତାଲିକା ଆସିଯିବ।
-ପିଏମ ମୋଦୀ ଫେବୃଆରୀ ୨୦୧୯ରେ ଆରମ୍ଭରେ କରିଥିଲେ ଏହି ଯୋଜନା।