fbpx

(Video) କୁଆଡ଼େ ଗଲେ ଭି.କେ ପାଣ୍ଡିଆନ: ନବୀନ ନିବାସରେ ନା ଶଙ୍ଖ ଭବନରେ, ବାସଭବନ ପୂରା ଖାଁ ଖାଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଏହି ନିର୍ବାଚନରେ ବିଜେପି ଯେପରି ଅପ୍ରତ୍ୟାଶିତ ଭାବେ ରାଜ୍ୟରେ ବହୁମତ ହାସଲ କଲା ତାହାକୁ ନେଇ ରାଜନୈତିକ ସମୀକ୍ଷକମାନେ ମଧ୍ୟ ହତବାକ୍ ହୋଇଯାଇଛନ୍ତି । ଦୀର୍ଘ ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ରାଜ୍ୟରେ କ୍ଷମତା ଉପଭୋଗ କରି ଆସୁଥିବା ବିଜେଡି ଜୟଯାତ୍ରାରେ ରୋକ୍ ଲଗାଇବାରେ ସକ୍ଷମ ହୋଇଛି ବିଜେପି । ବିଜେଡିଜର ପରାଜୟକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି ।

ତେବେ ଏହା ମଧ୍ୟରେ ୫ଟି ଅଧ୍ୟକ୍ଷ ତଥା ନବୀନଙ୍କ ନିର୍ବାଚନୀ ଯୁଦ୍ଧର ଅନ୍ୟତମ ସାରଥୀ ଭି.କେ ପାଣ୍ଡିଆନଙ୍କୁ ନେଇ ଏକ ବଡ଼ ଚର୍ଚ୍ଚା ଚାଲିଛି । ପାଣ୍ଡିଆନେ୍ ଏବେ କେଉଁଠି, ସେ ଶଙ୍ଖ ଭବନରେ ଅଛନ୍ତି ନା ନବୀନ ନିବାସରେ ଅଛନ୍ତି? ଏଭଳି ଅନେକ ଚର୍ଚ୍ଚା ଏବେ ସାମ୍ନାକୁ ଆସୁଛି । ନବୀନଙ୍କ ପରେ ପାଣ୍ଡିଆନ ଦ୍ୱିତୀୟ କ୍ଷମତାକେନ୍ଦ୍ର ହୋଇଥିବା ବେଳେ ତାଙ୍କୁ ଏବେ କେଉଁଠି ଦେଖିବାକୁ ମିଳୁନାହିଁ । ନବୀନ ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ ନକଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି କହୁଥିବା ପାଣ୍ଡିଆନ କ’ଣ ଆଗକୁ କ’ଣ ନିଷ୍ପତ୍ତି ନେବେ? ପାଣ୍ଡିଆନଙ୍କ ବାସଭବନ ଏବେ ପୂରା ଖାଁ ଖାଁ ଦିଶୁଛି । ନିର୍ବାଚନ ସମୟରେ ସବୁବେଳେ ପ୍ରଚାର କାର୍ଯ୍ୟ ବ୍ୟସ୍ତ ରହୁଥିବା ପାଣ୍ଡିଆନଙ୍କୁ ଏବେ ସର୍ବସାଧାରଣରେ ଦେଖିବାକୁ ମିଳୁନାହିଁ । ସୂଚନାଯୋଗ୍ୟ ଯେ, ୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ୭୮ଟି, ବିଜେଡି ୫୧ଟି, କଂଗ୍ରେସ ୧୪ଟି, ସ୍ୱାଧୀନ ୩ଟି ଓ ସିପିଆଇ (ଏମ୍) ୧ଟି ଆସନରେ ବିଜୟୀ ହୋଇଥିଲେ । ବିଜେପିର ଏହି ବଡ଼ ପରାଜୟକୁ ପାଣ୍ଡିଆନ ସହଜରେ ଗ୍ରହଣ କରିପାରି ନାହାନ୍ତି ବୋଲି ଅନେକ କହୁଛନ୍ତି ।

Get real time updates directly on you device, subscribe now.