ଦେଶର ଅଖଣ୍ଡତାକୁ ନେଇ କିଏ ଖେଳୁଛି? ଆନ୍ତରିକ ସୁରକ୍ଷା ଉପରେ ସଂକଟ! ଜାଣନ୍ତୁ ଡିଟେଲ୍ସ

ବିହାରର ରାଜନୀତି ଦେଶ ପାଇଁ ବଢାଉଛି ବିପଦ! ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବିହାରର ସୀମାଞ୍ଚଳରେ ମୁସଲମାନଙ୍କ ଜନସଂଖ୍ୟାରେ ବୃଦ୍ଧି ଏବଂ ବେଆଇନ ଭାବେ ବାଂଲାଦେଶୀମାନେ ବଳପୂର୍ବକ ପଶିଆସିବା କାରଣରୁ ହିନ୍ଦୁଙ୍କ ସଂଖ୍ୟା ଖୁବ ଜୋରରେ ହ୍ରାସ ପାଉଛି ବୋଲି ସାମ୍ନାକୁ ଆସିଛି ରିପୋର୍ଟ। ଏହା ଚାଲିବା ନେଇ ବିଶେଷ ଭାବେ, କିଶନଗଞ୍ଜ, ଅରରିୟା, କଟିହାର ଏବଂ ପୂର୍ଣ୍ଣିୟାର ଜନସଂଖ୍ୟାରେ ବହୁତ ବଡ଼ ପରିବର୍ତ୍ତନ ଆସିଛି। ହେଲେ ଲାଲୁ ଯାଦବ ଏବଂ ତାଙ୍କ ପରିବାରର ଆରଜେଡି ଏବଂ ଇଣ୍ଡିଆ ମେଣ୍ଟରେ ସାମିଲ ତାଙ୍କ ସହଯୋଗୀ ଦଳମାନଙ୍କ କାରଣରୁ ଏହି ପରିସ୍ଥିତି ଦିନକୁ ଦିନ ଭୟଭୀତ ହେବାରେ ଲାଗିଛି।

ବଢୁଛି ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ: ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟରେ ଇତିହାସକାର ଜ୍ଞାନେଶ କୁଦସିୟାଙ୍କ ପକ୍ଷରୁ କୁହାଯାଇଛି ଯେ, ବିଭାଜନ ସମୟରେ ବାଂଲାଦେଶରେ ୪୨% ହିନ୍ଦୁ ରହିଥିଲେ। ୨୦୨୨ର ଜନଗଣନା ସମୟରେ ହିନ୍ଦୁଙ୍କ ସଂଖ୍ୟା ମାତ୍ର ୭.୯୫% ଥିଲା। ବିହାରର ସୀମାଞ୍ଚଳରେ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ମୁସଲିମଙ୍କ ସଂଖ୍ୟା ଯଦି ଏପରି ବଢିଚାଲିବ ତେବେ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ବହୁତ ବଡ଼ ବିପଦ ଠିଆ ହୋଇପାରେ।

ରିପୋର୍ଟ ମୁତାବକ, ୧୯୫୧ ଠାରୁ ୨୦୧୧ ମଧ୍ୟରେ ବିହାର ସୀମାଞ୍ଚଳ ଜିଲ୍ଲାରେ ମୁସଲମାନଙ୍କ ଜନସଂଖ୍ୟା ୧୬% ବଢିଥିଲା। ଆଜିର ତାରିଖରେ ଆସାମ, ନେପାଳ, ପଶ୍ଚିମବଙ୍ଗ ଏବଂ ବିହାରର ଉପରୋକ୍ତ ଜିଲ୍ଲାଗୁଡିକରେ ମୁସଲିମଙ୍କ ଜନସଂଖ୍ୟା ବୃଦ୍ଧି ପାଇ ହାରାହାରି ୪୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ହୋଇସାରିଛି। କିଶନଗଞ୍ଜରେ ମୁସଲମାନଙ୍କ ଜନସଂଖ୍ୟା ସବୁଠୁ ଅଧିକ।

ଏହି କାରଣରୁ ଆଜିର ତାରିଖରେ ସୀମାଞ୍ଚଳର ଲୋକସଭା ଏବଂ ବିଧାନସଭା ସିଟରେ ବିଜୟ ହାସଲର ଗ୍ୟାରେଣ୍ଟି ଇଣ୍ଡିଆ ବ୍ଲକର ସହଯୋଗୀତା ଆରଜେଡି ଏବଂ କଂଗ୍ରେସରେ ଆସନକୁ ନେଇ ଟଣାଓଟରା ଦେଖିବାକୁ ମିଳିଥିବା ବେଳେ, ଅସଦୁଦ୍ଧୀନ ଓୱାଇସିଙ୍କ ଏଆଇଏମଆଇଏମ ମଧ୍ୟ ଏଠାରେ ନିଜର ଜନସଂଖ୍ୟା ଅପ୍ରତ୍ୟାଶିତ ଭାବେ ବଢାଇଛି।

ପାକିସ୍ତାନ ଗଠନ କରିବାରେ ବିହାର ମୁସଲମାନଙ୍କ ଭୂମିକା: ବିହାର ମୁସଲମାନଙ୍କ ଇତିହାସ ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ଖୁବ ଭୟ୍‌ଙ୍କର ପ୍ରମାଣିତ ହୋଇସାରିଛି। ବିହାର ଯଦି ପାକିସ୍ତାନ ଗଠନ କରିବା ପାଇଁ ମହମ୍ମଦ ଅଲୀ ଜିନ୍ନାଙ୍କ ମସଲିମ ଲିଗକୁ ସମର୍ଥନ କରୁଥିଲା, ତେବେ ବାଂଲାଦେଶ ମୁକ୍ତି ଆନ୍ଦୋଳନ ସମୟରେ ମଧ୍ୟ ପାକିସ୍ତାନୀ ସେନାର ବିହାର ଏକ ପ୍ରଶଂସକ ରହିଆସିଛି।

ଏହି କଥାର ସ୍ପଷ୍ଟତାରେ ପାକିସ୍ତାନ ସିନ୍ଧ ବିଧାନସଭାର ଜଣେ ସଦସ୍ୟ ସୟଦ ଏଜାଜ ଉଲ ହଲ ସଦନରେ କହିଥିଲେ ଯେ, ଆମେ ବିହାରୀ ମୁସଲମାନମାନେ ପାକିସ୍ତାନ ଗଢିବା ଲାଗି ଗର୍ବରେ ଭାରତର ବିଭାଜନରେ ଯୋଗଦାନ ଦେଇଥିଲୁ।

ମନ୍ଦିର ଅର୍ଥ ମାନସିକ ଗୁଲାମୀ: ଆରଜେଡି ମୁସଲମାନଙ୍କୁ ଖୁସି କରିବା ଲାଗି ହିନ୍ଦୁମାନଙ୍କୁ ଏବଂ ହିନ୍ଦୁ ଦେବତାଙ୍କର ବିରୋଧ କରୁଥିଲା। ୨ ଜାନୁଆରୀ, ୨୦୨୪ର ଟିଓଆଇର ଏକ ରିପୋର୍ଟ ମୁତାବକ, ଲାଲୁଙ୍କ ସ୍ତ୍ରୀ ରାବଡୀ ଦେବୀଙ୍କ ଆବାସ ବାହାରେ ଏକ ପୋଷ୍ଟର ଲାଗିଥିଲା, ଯେଉଁଥିରେ ଲେଖାଯାଇଥିଲା ଯେ, ମନ୍ଦିର ଅର୍ଥ ମାନସିକ ଗୁଲାମୀ।

ଏଥିସହ ଅନ୍ୟ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା ଯେ, ସୀମାଞ୍ଚଳରେ ଶତାଧିକ ସରକାରୀ ସ୍କୁଲରେ ରବିବାର ସ୍ଥାନରେ ଶୁକ୍ରବାର ଦିନ ସପ୍ତାହିକ ଛୁଟି ହେବ, କାରଣ ଏଠାରେ ମୁସଲମାନଙ୍କୁ ଜୁମେ ପାଇଁ ପସନ୍ଦ ଅଟେ।