fbpx

(Video) ମୁଖ୍ୟମନ୍ତ୍ରୀ ପଦ ପାଇଁ କାହା ନାମରେ ବାଜିବ ମୋହର: ଦିଲ୍ଲୀରୁ ଫେରି ଖୋଲି କହିଲେ ମନମୋହନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ଥର ଏକାକୀ ସରକାର ଗଠନ କରିବାକୁ ଯାଉଛି ବିଜେପି । ଆଜି କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଏହି ଅବସରରେ କ୍ୟାବିନେଟରେ ଅନେକ ଚେହେରାଙ୍କୁ ସୁଯୋଗ ମିଳିବ । ସେହିପରି ଆସନ୍ତା କାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏଭଳି ବ୍ୟସ୍ତବହୁଳ ସ୍ଥିତିରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି ।

ଓଡ଼ିଶା ପାଇବ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାହାକୁ ନେଇ ଏବେ ସବୁଠୁ ଚର୍ଚ୍ଚା । ତେବେ ଏହା ମଧ୍ୟରେ ଦିଲ୍ଲୀରୁ ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ । ତାଙ୍କର ଦିଲ୍ଲୀ ଗସ୍ତ ସମୟରେ କ’ଣ ସବୁ ଆଲୋଚନା ହୋଇଥିଲା, ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସାମ୍ବାଦିକମାନେ ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ । ତେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା କେନ୍ଦ୍ରୀୟ ସଂସଦୀୟ କମିଟି ନିଷ୍ପତ୍ତି ନେବ ବୋଲି ମନମୋହନ କହିଛନ୍ତି । ଠିକ୍ ସମୟରେ ରାଜ୍ୟବାସୀ ଏହାର ଉତ୍ତର ପାଇବେ ବୋଲଇ ମନମୋହନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ କ୍ରମାଗତ ୫ ଥର କ୍ଷମତାସୀନ ହୋଇଥିବା ବିଜେଡି ଚଳିତ ଥର କ୍ଷମତାଚ୍ୟୁତ ହେବା ସଭିଙ୍କୁ ଚକିତ କରିଦେଇଥିଲା । ଚଳିତ ବିଧାନସଭା ନିର୍ବାଚନରେ ବିଜେପି ୭୮ଟି ଆସନରେ ଜିତି ବହୁମତ ହାସଲ କରିଥିବା ବେଳେ ବିଜେଡି ମାତ୍ର ୫୧ଟି ଆସନରେ ସୀମିତ ରହିଯାଇଥିଲା । ବିଜେଡିର ଏହି ଅପ୍ରତ୍ୟାଶିତ ପରାଜୟର କାରଣ ଏବେ ଖୋଜୁଛି ବିଜେଡି ।

Get real time updates directly on you device, subscribe now.