fbpx

TRAIର ନିର୍ଦ୍ଦେଶ ପରେ ଏବେ କମ୍ପାନୀମାନେ ଲଞ୍ଚ କରିବେ ୩୦ ଦିନିଆ ଭାଲିଡିଟି ପ୍ଲାନ୍: ଜାଣନ୍ତୁ ଏହାଦ୍ୱାରା କିଏ ବେଶୀ ଉପକୃତ ହେବ କମ୍ପାନୀ ନା ଗ୍ରାହକ?

Advertisement

ନୂଆଦିଲ୍ଲୀ: ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ପକ୍ଷରୁ କମ୍ପାନୀମାନଙ୍କୁ ୩୦ ଦିନିଆ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିବାକୁ କୁହାଯାଇଛି । ପୂର୍ବର୍ରୁ ଏନେଇ ଅନେକ ଅଭିଯୋଗ ଟ୍ରାଇ ପାଖରେ କରାଯାଉଥିଲା । ତେଣୁ ସବୁ ଦୃଷ୍ଟିରୁ ବିଚାର କରି ଟ୍ରାଇ ଏହି ପଦକ୍ଷେପ ନେଇଥିଲା । ତେବେ ପୂର୍ବରୁ ୨୮ ଦିନିଆ ଭାଲିଡିଟି ଉପରେ ଅଧିକ ଗ୍ରାହକ ଅଭିଯୋଗ କରିଥିଲେ । ତେବେ ଟ୍ରାଇର ଏହି ନୂଆ ପଦକ୍ଷେପ ଫଳରେ ଗ୍ରାହକଙ୍କୁ ଶସ୍ତା ପ୍ଲାନ ମିଳିବ ନା ନାହିଁ ତାହା ଏକ ବଡ଼ ପ୍ରଶ୍ନ ।

ପୂର୍ବରୁ କମ୍ପାନୀମାନେ ୧୪ ଦିନିଆ, ୨୮ ଦିନିଆ, ୫୬ ଦିନିଆ ଓ ୮୪ ଦିନିଆ ଆଦି ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିଥିଲେ । ଏଣିକି କମ୍ପାନୀମାନେ ୨୮ ଦିନିଆ ଭାଲିଡିଟି ବଦଳରେ ୩୦ ଦିନିଆ ପ୍ଲାନ୍ ଲଞ୍ଚ କରିବେ । ଟ୍ରାଇ ପକ୍ଷରୁ କୁହାଯାଇଛି ଯେ, କମ୍ପାନୀମାନେ ଅତିକମରେ ଏକ ପ୍ଲାନ ଭାଉଚର, ଏକ ସ୍ପେଶାଲ ଟାରିଫ ଭାଉଚର ଓ ଏକ କମ୍ବୋ ଭାଉଚର ୩୦ ଦିନିଆ ଭାଲିଡିଟି ସହ ଦେବେ । ଏଥିସହ ଏହି ସମସ୍ତ ପ୍ଲାନକୁ ମାସର ସାମନ ତାରିଖରେ ରିନ୍ୟୁ କରାଯିବ । ଏହାଫଳରେ ଗ୍ରାହକଙ୍କ ପାଖରେ ତାରିଖକୁ ନେଇ ଅଧିକ କ୍ଲିୟରିଟି ରହିବ । ଏହାଫଳରେ ଗ୍ରାହକଙ୍କ ପାଖରେ ଭାଲିଡିଟି ପ୍ଲାନ ସିଲେକ୍ଟ କରିବା ପାଇଁ ଅକାଧିକ ଅପ୍ସନ ରହିବ । ତେବେ ପ୍ରତ୍ୟେକ ୨୮ ଦିନିଆ ପ୍ଲାନ ୩୦ ଦିନ ହେବା ଜରୁରୀ ନୁହେଁ ।

ତେବେ ପୂର୍ବରୁ ୨୮ ଦିନିଆ ଭାଲିଡିଟି ପ୍ଲାନ ପାଇଁ କମ୍ପାନୀମାନଙ୍କୁ ଫାଇଦା ମିଳୁଥିଲା । ଗ୍ରାହକମାନେ ବର୍ଷକ ମଧ୍ୟରେ ୧୨ ଜାଗାରେ ୧୩ ଥର ରିଚାର୍ଜ କରିବାକୁ ବାଧ୍ୟ ହେଉଥିଲେ । ତେବେ ଯଦି କମ୍ପାନୀଗୁଡ଼ିକ ୩୦ ଦିନିଆ ଭାଲିଡିଟି ପ୍ଲାନ ବର୍ଦ୍ଧିତ ମୂଲ୍ୟକୁ ନେଇ ଲଞ୍ଚ କରନ୍ତି, ତେବେ ଏ କ୍ଷେତ୍ରରେ ଗ୍ରାହକଙ୍କୁ ଶସ୍ତା ପ୍ଲାନ ମିଳିବା ଭାବିବା ବୃଥା ।

Get real time updates directly on you device, subscribe now.